ବାଚସ୍ପତି ନିର୍ବାଚନରେ ସିନ୍ଦେ-ଦେବେନ୍ଦ୍ରଙ୍କ ରଣନୀତି ସଫଳ

ମୁମ୍ବାଇ: ଏମ୍‌ଭିଏକୁ ଲାଗିଲା ଆଉ ଏକ ଝଟ୍‌କା। ପ୍ରଥମ ଅଗ୍ନିପରୀକ୍ଷାରେ ପାସ୍‌ ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ତାଙ୍କୁ ମିଳିଲା ଆଉ ଏକ ସଫଳତା। ପ୍ରଥମେ ଉଦ୍ଧବ ସରକାରକୁ ଶାସନ କ୍ଷମତାରୁ ବିଦା କରିବା ପରେ ଏବେ ବାଚସ୍ପତି ନିର୍ବାଚନରେ ସିନ୍ଦେ-ଦେବେନ୍ଦ୍ରଙ୍କ ରଣନୀତି କାମ କରିଛି। ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିବା ବାଚସ୍ପତି ନିର୍ବାଚନରେ ବାଜି ମାରିଛନ୍ତି ବିଜେପି ସମର୍ଥିତ ପ୍ରାର୍ଥୀ ରାହୁଲ ନାର୍ବେକର।
ବାଚସ୍ପତି ନିର୍ବାଚନରେ ବିଜୟ ପାଇଁ ୧୪୪ ଖଣ୍ଡ ଭୋଟର ଆବଶ୍ୟକତା ଥିବା ବେଳେ ରାହୁଲଙ୍କୁ ୧୬୪ ଖଣ୍ଡ ଭୋଟ ପାଇଁ ମହାରାଷ୍ଟ୍ରର ନୂଆ ବାଚସ୍ପତି ହୋଇଛନ୍ତି। ବାଚସ୍ପତି ପଦ ନିମନ୍ତେ ‘ସେନା’ ବିଧାୟକ ତଥା ଉଦ୍ଧବ ଠାକ୍‌ରେଙ୍କ ଅନୁଗାମୀ ରାଜନ ସାଲ୍‌ୱି ‘ଶିବସେନା-ଏନ୍‌ସିପି-କଂଗ୍ରେସ’ର ପ୍ରାର୍ଥୀ ହୋଇଥିଲେ। ତେବେ ସାଲ୍‌ୱି ୧୦୭ ଖଣ୍ଡ ଭୋଟ୍‌ ପାଇଛନ୍ତି।
ବାଚସ୍ପତି ନିର୍ବାଚନ ପାଇଁ ପ୍ରତ୍ୟେକ ସଦସ୍ୟଙ୍କ ବ୍ୟକ୍ତିଗତ ମତ ପଚରାଯାଉଛି। ଯାହାଦ୍ୱାରା ଗୃହ ଭିତରେ ହିଁ ସ୍ପଷ୍ଟ ହୋଇଛି ଯେ, କାହା ସମର୍ଥନରେ କିଏ ଭୋଟ କରିଛନ୍ତି। ତେବେ ବାଚସ୍ପତି ପଦରେ ରାହୁଲଙ୍କ ବିଜୟ ନେଇ କେବଳ ଔପଚାରିକ ଘୋଷଣା ବାକି ରହିଛି। ଏହି ନିର୍ବାଚନରେ ସମାଜବାଦୀ ପାର୍ଟିର ଦୁଇ ଜଣ ବିଧାୟକ କାହାକୁ ଭୋଟ ଦେଇନାହାନ୍ତି । ଅନ୍ୟପଟେ ଏହି ନିର୍ବାଚନରେ ଶିବସେନା ସମର୍ଥିତ ପ୍ରାର୍ଥୀ ରାଜନ ସାଲଭି ପରାଜିତ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, କଂଗ୍ରେସର ନାନା ପାଟୋଲେ କଂଗ୍ରେସ ଛାଡିବା ପରେ ଗତ ଫେବ୍ରୁଆରୀ ମାସରୁ ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ପଦବୀ ଖାଲି ପଡ଼ିଥିଲା।

nis-ad
Leave A Reply

Your email address will not be published.