ରଥଯାତ୍ରା ପରଦିନ ଗଡ଼ କୁଜଙ୍ଗରେ ରଥ ଟାଣିଲେ ଭକ୍ତ

ଜଗତସିଂହପୁର: ସୁଭଦ୍ରା କ୍ଷେତ୍ର ଗଡ଼ କୁଜଙ୍ଗରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଶ୍ରୀକ୍ଷେତ୍ରରେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥୀରେ ଘୋଷଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଗଡ଼ କୁଜଙ୍ଗ ସ୍ଥିତ ସୁଭଦ୍ରାଙ୍କ କ୍ଷେତ୍ରରେ ପରଦିନ ରଥଯାତ୍ରା ପାଳନ କରାଯାଇଥାଏ । ଆଦିମ କାଳରୁ ଏହି ପ୍ରଚଳିତ ହୋଇ ଆସୁଥିବା ବେଲେ ରଥଟାଣିଛନ୍ତି ଭକ୍ତ ।

କିମ୍ବଦନ୍ତୀ ଅନୁସାରେ 1568 ମସିହାରେ କଳା ପାହାଡ଼ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆକ୍ରମଣ କରି ଶ୍ରୀ ବିଗ୍ରହଙ୍କୁ କଲିକତା ନେଇ ଗଙ୍ଗାନଦୀ କୂଳରେ ଅଗ୍ନୀ ସଂଯୋଗ କରି ଦେଇଥିଲା । ଏହାଦେଖି ଗୁପ୍ତରେ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ବିଶର ମହାନ୍ତି ନାମକ ଜଣେ ଭକ୍ତ ମହାପ୍ରଭୁଙ୍କ ବ୍ରହ୍ମକୁ ମୃଦଙ୍ଗ ଭିତରେ ଲୁଚାଇ ରଖି ଚାଲି ଚାଲି କୁଜଙ୍ଗ ଆସିଥିଲେ। ସେଠାରେ 1568 ରୁ 1575 ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯାଇଥିଲା ।

ପରବର୍ତ୍ତୀ ପର୍ଯ୍ୟାୟରେ ଏଠାରୁ ବ୍ରହ୍ମକୁ ନିଆଯାଇ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା। ସେହିଦିନ ଠାରୁ ରଥଯାତ୍ରାର ପରଦିନ ଏହିଠାରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଗଡ଼ କୁଜଙ୍ଗରେ ଅଧିଷ୍ଠିତ ମହାପ୍ରଭୁ କୁଜ ବିହାରୀ ରଥାରୂଢ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି । ଏହି ରଥଯାତ୍ରା ସମୟରେ ଜନ ପ୍ରତିନିଧି ଛେରା ପହଁରା ନୀତି ସମ୍ପନ୍ନ କରିଥାନ୍ତି ।

nis-ad
Leave A Reply

Your email address will not be published.