ମଣିପୁର ଭୂସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ନୂଆଦିଲ୍ଲୀ: ମଣିପୁରର ନୋନେ ଜିଲ୍ଲାରେ ଭୂସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏକ ରେଲୱେ ନିର୍ମାଣ କାର୍ଯ୍ୟସ୍ଥଳରେ ଏହି ଭୂସ୍ଖଳନ ଘଟିଥିଲା। ତେବେ ମୃତକଙ୍କ ମଧ୍ୟରେ ସେନାର କେତେକ ଯବାନ ଓ ସାଧାରଣ ଲୋକ ଅଛନ୍ତି। ପ୍ରତିକୂଳ ପାଗସତ୍ତ୍ୱେ ସର୍ଚ୍ଚ ଅପରେଶନ ଜାରି ରହିଛି। ଏଯାଏଁ ପାଖପାଖି ୨୮ ଜଣ ଲୋକ ନିଖୋଜ ଅଛନ୍ତି। ଗତ ଜୁନ୍‌ ୨୯ ତାରିଖରେ ଟୁପୁଲୟାର୍ଡ଼ ରେଲୱେ ନିର୍ମାଣସ୍ଥଳରେ ଏକ ବଡ଼ଧରଣର ଭୂସ୍ଖଳନ ହୋଇଥିଲା। ତେବେ ନିଖୋଜ ୨୮ ଜଣଙ୍କ ମଧ୍ୟରୁ ୭ ଜଣ ଯବାନ ଥିବା ବେଳେ ୨୧ ଜଣ ସାଧାରଣ ନାଗରିକ ଅଛନ୍ତି।
ଯେତେବେଳେ ଏହି ଅଘଟଣ ଘଟିଲା ସେତେବେଳେ ଘଟଣାସ୍ଥଳରେ ୮୦ ଜଣ ଉପସ୍ଥିତ ଥିଲେ। ଏମାନେ ସମସ୍ତେ ଫସିଯାଥିଲେ। ପ୍ରାୟ ୧୮ ଜଣଙ୍କୁ ନିରାପଦ ଭାବେ ଉଦ୍ଧାର କରାଯାଇଥିଲା। ସର୍ଚ୍ଚ ଅପରେଶନରେ ଭାରତୀୟ ସେନା, ଆସାମ ରାଇଫଲ, ଟେରିଟୋରିଆଲ ଆର୍ମି, ଏସଡିଆରଏଫ ଓ ଏନଡିଆରଏଫ ନିୟୋଜିତ ଅଛନ୍ତି। ତେବେ ନଦୀ ସଂଲଗ୍ନ ନିକଟବର୍ତ୍ତୀ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଅନ୍ୟପଟେ ଗତକାଲି ରାତିରେ ଭୀଷଣ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ତେବେ ଉଦ୍ଧାର କାର୍ଯ୍ୟରେ ସନ୍ଧାନୀ କୁକୁରକୁ ମଧ୍ୟ ନିୟୋଜିତ କରାଯାଇଛି। ସେହିପରି ବଡି ଗୁଡ଼ିକୁ ଖୋଜିବାରେ ସମସ୍ୟା ଉପୁଜୁଥିବାରୁ ୱାଲ ରାଡାରର ସହାୟତା ନିଆଯାଇଛି। ସେହିପରି ପ୍ରାୟ ୩୦ଟି ଜେସିବି ମସିନ ମଧ୍ୟ ନିୟୋଜିତ କରାଯାଇଛି। ଗତ ମାସ ୩୦ ତାରିଖରେ ମଣିପୁରର ଟୁପୁଲରେ ଭୟାବହ ଭୂସ୍ଖଳନ ହୋଇଥିଲା। ଜିରିବାମରୁ ଇମ୍ଫାଲ ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ ଚାଲିଛି। ଏହାର ସୁରକ୍ଷା ପାଇଁ ଟୁପୁଲୁ ରେଳ ଷ୍ଟେଶନ ନିକଟରେ ଭରତୀୟ ସେନାର ୧୦୭ ଟେରିଟୋରିଆଲ ଆର୍ମିର କମ୍ପାନୀ ଅବସ୍ଥାନ କରୁଥିଲେ। ଲଗାତର ବର୍ଷା ଯୋଗୁ ଏଭଳି ଭୂସ୍ଖଳନ ହୋଇଛି। ଏହା ଦ୍ୱାରା ଟୁପୁଲ ଷ୍ଟେଶନ କୋଠାର ବ୍ୟାପକ କ୍ଷତି ହୋଇଛି।

nis-ad
Leave A Reply

Your email address will not be published.