୧୦ ରୁ ୧୫ ଦିନ ମଧ୍ୟରେ ବଢ଼ିବ ସଂକ୍ରମଣ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ୧୦-୧୫ ଦିନ ମଧ୍ୟରେ ଅଧିକ ମାତ୍ରାରେ ସଂକ୍ରମଣ ବଢ଼ିପାରେ । କାଲି ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ କରାଯାଇଛି । ଯଦି କୌଣସି କିଛି ହୋଇଥିବ ତାହା ୧୦-୧୫ ଦିନ ମଧ୍ୟରେ ଜଣାପଡିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି।

ସେପଟେ ରାଜ୍ୟରେ ୧୦-୧୫ ଦିନ ହେବ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ପ୍ରୋଗ୍ରେସ ସ୍ଲୋ ଅଛି । ହସ୍ପିଟାଲିଟି ବଢିନାହିଁ କି ଫାଟାଲିଟି ମଧ୍ୟ ବଢ଼ିନାହିଁ । ଆମ ରାଜ୍ୟ ଅପେକ୍ଷା ଅନ୍ୟ ରାଜ୍ୟରେ ବେଶୀ ବଢୁଛି । ତେଣୁ ଆମେ ଧର୍ଯ୍ୟହରା ହେବା ନାହିଁ । କୋଭିଡ ପାଇଁ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି । ତେଣୁ ଜନସାଧାରଣ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

nis-ad
Leave A Reply

Your email address will not be published.