ଏନଏସଏସ୍ ପକ୍ଷରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳିତ

ବ୍ରହ୍ମପୁର : ବନମହୋତ୍ସବ ସପ୍ତାହ ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନଏସଏସ ୟୁନିଟ୍ ପରକ୍ଷରୁ ବିଶ୍ବବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, ଚାରାରୋପଣ କରି ବନମହୋତ୍ସବ ସପ୍ତାହର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କୁଳପତି କ୍ୟାମ୍ପସକୁ ସୁବଜ ସୁନ୍ଦର କରିବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀ ଓ କର୍ମଚାରୀ ଗୋଟିଏ ଲେଖାଏଁ ଗଛକୁ ପୋଷ୍ୟବୃକ୍ଷ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ବାରମ୍ବାର ବାତ୍ୟା ଓ ଝଡତୋଫାନ ଯୋଗୁଁ କ୍ୟାମ୍ପସର ସୁବୁଜିମା ଧିରେ ଧିରେ ଲୋପ ପାଇବସୁଛି। ବୃକ୍ଷ ରୋପଣ କରି ବିଶ୍ବବିଦ୍ୟାଳୟ ପରିସରକୁ ପୁନଃ ସୁବଜିମା କରିବା ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଜିଲ୍ଲା ବନ ଅଧିକାରୀ ଅମ୍ଲାନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ୟାମ୍ପସ ପରିସରରେ ଚାରାରୋପଣ କରିବା ସହ ବନମହୋତ୍ସବ କାର୍ଯ୍ୟକ୍ରମର ଆବଶ୍ୟକତା ଓ ବୃକ୍ଷରୋପଣର ଉପକାରିତା ଉପରେ ଆଲୋକପାତ କରିଥିଲେ। ଭବିଷ୍ୟତର ପିଢିଙ୍କ ପାଇଁ ବୃକ୍ଷ ଏକ ଜୀବନରକ୍ଷକ ବୋଲି ସେ କହିଛନ୍ତି। ଏହି ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ବନ ବିଭାଗର ସହଭାଗିତାରେ କ୍ୟାମ୍ପସକୁ ଅଧିକ ସୁନ୍ଦର କରିବା ଲାଗି ବିଭିନ୍ନ ଯୋଜନା ହାତକୁ ନିଆଯାଇଥିବା ସେ କହିଛନ୍ତି। ନିକଟ ଭବିଷ୍ୟତରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଇକୋ କ୍ୟାମ୍ପସରେ ପରିଣତ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି। ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଏନଏସଏସ ବ୍ୟୁରୋ ଅଧୀନରେ ଥିବା ସମସ୍ତ ୟୁନିଟରେ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ଯୋଜନା କରାଯାଇଛି। ଏହି ଅବସରରେ ଛତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷରୋପଣ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, ଜିଲ୍ଲା ବନ ଅଧିକାରୀ ଅମ୍ଲାନ ନାୟକ, ରେଜିଷ୍ଟ୍ରାର ରାଜେନ୍ଦ୍ର କୁମାର ରଞ୍ଜିତ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ ମହାନ୍ତି, ୱାଡେନ୍ ପ୍ରଫେସର ସୁଶାନ୍ତ କୁମାର ବରାଳଙ୍କ ସହ ଏନଏସଏସ ବ୍ୟୁରୋ ସଂଯୋଜକ ପ୍ରଫେସର ଜୟନ୍ତ କୁମାର ପଣ୍ଡା, ପ୍ରଫେସର ଧ୍ରୁବଚରଣ ପଣ୍ଡା ପ୍ରମୂଖ ଯୋଗଦେଇ ବୃକ୍ଷରୋପଣକୁ ସଫଳ କରିବା ଦିଗରେ ସମସ୍ତେ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ସବୁ ବିଭାଗରେ ବିଭାଗୀୟ ମୁଖ୍ୟ, ପ୍ରଧ୍ୟାପକ, ଶିକ୍ଷକ, ବିଶ୍ବବିଦ୍ୟାଳୟର କର୍ମଚାରୀ ଏବଂ ବହୁସଂଖ୍ୟାରେ ଛାତ୍ରଛାତ୍ରୀମାନେ ଯୋଗଦେଇ କ୍ୟାମ୍ପସରେ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ବନମହୋତ୍ସବ କାର୍ଯ୍ୟକ୍ରମକୁ ଏନଏସଏସ ବ୍ୟୁରୋ ସଂଯୋଜକ ପ୍ରଫେସର ଜୟନ୍ତ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ଏନଏସଏସ ୟୁନିଟ୍ ର କ୍ୟର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଇକବାଲ ଅହମ୍ମଦ ଭଟ୍ଟ, ଡକ୍ଟର ଭରତ କୁମାର ଲାକ୍ରା, ଅଲିତା ମିଞ୍ଜ ପ୍ରମୂଖ ସହଯୋଗ କରିଥିଲେ। ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଏନଏସଏସ ପକ୍ଷରୁ ସପ୍ତାହେ ବ୍ୟାପି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଶ୍ବବିଦ୍ୟାଳୟକୁ ସୁବଜ କ୍ୟାମ୍ପସରେ ପରିଣତ କରିବା ପାଇଁ ଏକ ସପ୍ତାହ ମଧ୍ୟରେ ପ୍ରାୟ ଏକ ହଜାର ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

nis-ad
Leave A Reply

Your email address will not be published.