ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ରଥଯାତ୍ରା ପାଳିତ

ଭୁବନେଶ୍ୱର : ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପବିତ୍ର ରଥ ଯାତ୍ରା ଦୀର୍ଘ ଦୁଇ ବର୍ଷ ପରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି I ଏହି ବର୍ଷ ରଥ ଯାତ୍ରା ଟି ଭିନ୍ନ ଏକ ଐଁତିହାସିକ ମୁହୁର୍ତ୍ୱ୍ୱ ଗଢି ସମସ୍ତ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆନନ୍ଦିତ କରିଦେଇଥିଲା । ପ୍ରଥମ ଥର ପାଇଁ ପ୍ରଫେସର ସବିତା ଆଚାର୍ଯ୍ୟ, କୁଳପତି, ଉତ୍କଳ ବିଶ୍ୱବିଦ୍ୟାଳୟ ଏହି ରଥ ଯାତ୍ରା ରେ ପବିତ୍ର ରଥ ଉପରେ ଜଗନ୍ନାଥଙ୍କର ରୀତି ନୀତି ଅନୁସାରେ ଛେରା ପହଂରା ସମାପନ। କଲେ ।
ସହ ସହ ଭକ୍ତ ଭକ୍ତାଙ୍କ ତଥା ବିଶ୍ୱବିଦ୍ୟାଳୟର ସମସ୍ତ ପ୍ରଫେସର, କର୍ମକର୍ତା ଓ ତାଙ୍କ ପରିବାର ଏବଂ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ବୃନ୍ଦ ଓ ବିଶ୍ୱବିଦ୍ୟାଳୟ ବାହାରୁ, ବିଶ୍ୱବିଦ୍ୟାଳୟ ପରିସର ସ୍ଥିତ ଜଗନ୍ନାଥ ମନ୍ଦିରରେ ରୁଣ୍ଡ ହୋଇ, ସମସ୍ତ ଶ୍ରଦ୍ଧାଳୁ ପବିତ୍ର ରଥକୁ ଟାଣିବାରେ ସହଭାଗିତା ନେଇଁ ଏହି ବର୍ଷ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତିରେ ପବିତ୍ର ରଥ ଯାତ୍ରଟିକୁ ଯାତ୍ରଟିକୁ ସଫଳ ମଣ୍ଡିତ କରିଥିଲେ । ଏହା ଡ଼. ଅଭୟ କୁମାର ନାୟକ, ଉପକୂଳପତି, ତଥା ବିଶ୍ୱବିଦ୍ୟାଳୟର ସମସ୍ତ ସମାଂନିତ ବ୍ୟକ୍ତିଗଣ ଉପସ୍ଥିତ ଥିଲେ । ପ୍ରଫେସର ପ୍ରବୋଧ କୁମାର ହୋତା, ବାଣିଜ୍ୟ ମୁଖ୍ୟ, ବର୍ତ୍ତମାନର ବିଶ୍ୱବିଦ୍ୟାଳୟର ଜଗନ୍ନାଥ ମନ୍ଦିର ସଭାପତି ଏବଂ ମନ୍ଦିରର ସମସ୍ତ କର୍ମକର୍ତା ମାନଙ୍କ ଦ୍ୱାରା ଆଜିର ଏହି ପବିତ୍ର ଦିନଟି ଆୟୋଜନ କରାଯାଇଥିଲା ।
ବହୁ ଶ୍ରଦ୍ଧାଳୁ ଜଗନ୍ନାଥ ଭକ୍ତ ମାନେ ରଥ ଟାଣି ନିଜର ପ୍ରାର୍ଥନା, ଆଶା ଅଭିଲାଷା ଶ୍ରୀ ଶ୍ରୀ ଶ୍ରୀ ମହାପ୍ରଭୁ, ଜଗତର ନାଥ, ଜଗନ୍ନାଥଙ୍କ ଠାରେ ନିବେଦନ କରିଥିଲେ ଏବଂ ବିଶ୍ୱ ବାସୀଙ୍କ ପାଇଁ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ମଙ୍ଗଳ କାମନା କରିଥିଲେ ।

nis-ad
Leave A Reply

Your email address will not be published.