ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଚିତ୍ରକୋଣ୍ଡା(୩୦/୦୬) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ବିଦ୍ୟାବତୀ ବିହାରୀ ୨୦୦୫ ମସିହାରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଭାବରେ ଯୋଗଦାନ କରିଥିଲେ l ଆଜି ୨୦୨୨ ମସିହା ଜୁନ ମାସ ୩୦ ତାରିଖରେ ତାଙ୍କର ଶିକ୍ଷକତା କରିବାର ଚାକିରୀ କାର୍ଯ୍ୟକାଳ ସରିବାରୁ ଆଜି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ହନ୍ତାଳ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତିରେ ତାଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା l ଉକ୍ତ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ବିଦ୍ୟାବତୀ ବିହାରୀ ୧୭ ବର୍ଷ କାଳ ଶିକ୍ଷକତା କରିଥିଲେ ଜଣେ ଶାନ୍ତ ସରଳ, ମିଷ୍ଠ ଭାଷୀ ଶିକ୍ଷୟିତ୍ରୀ ରୂପେ ପରିଚିତ ଥିଲେ l

nis-ad
Leave A Reply

Your email address will not be published.