ଅଟୋ ସହ ଜଳିଗଲେ ୭ ଜଣ

ତିରୁପତି: ଆନ୍ଧ୍ରପ୍ରଦେଶ ସତ୍ୟସାଇ ଜିଲ୍ଲା ଚିରଲାକଣ୍ଡାୟା ଗାଁରେ ଆଜି ଚଳନ୍ତା ଅଟୋ ଜଳିଯିବାରୁ ୭ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଅଆଜି ସକାଳେ କିଛି ଲୋକ ଚାଷ କାମ କରିବା ଲାଗି ଗୋଟିଏ ଅଟୋରେ ଯାଉଥିଲେ । ଅଟୋରେ ମୋଯ ୮ ଜଣ ଥିଲେ। ତାଡ଼ିମାରି ପଞ୍ଚାୟତର ଚିରଲାକଣ୍ଡାୟା ପାଖରେ ଅଟୋ ଉପରେ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ୍‌ ତାର ଖସି ପଡ଼ିଥିଲା ।
ଚଳନ୍ତା ଅବସ୍ଥାରେ ହିଁ ଅଟୋଟି ହଠାତ ଜଳି ଯାଇଥିଲା। ଫଳରେ ଅଟୋରେ ଥିବା ଶ୍ରମିକମାନେ ଆଉ ବାହାରି ନ ପାରି ଜଳି ଯାଇଥିଲେ । ପ୍ରାଣ ହରାଇଥିବା ଶ୍ରମିକମାନେ ଗୁଣ୍ଡମପଲ୍ଲୀ ଗାଁର ଓ ସମସ୍ତେ ଚାଷ କାମ କରନ୍ତି ବୋଲି ଜଣାପଡ଼ିଛି । ଆଖି ସାମ୍ନାରେ ଘଟଣା ଘଟିଥିଲେ ବି ବିଦ୍ୟୁତ୍‌ ତାର ଲାଗିଥିବାରୁ କେହି ବଞ୍ଚାଇ ପାରିନଥିଲେ । କିନ୍ତୁ ଗୁରୁତର ଭାବେ ଜଣେ ମହିଳାଙ୍କୁ ପୁଲଊସ ଉଦ୍ଧାର କାପାରିଛି। ସେ ହେଲେ ଲକ୍ଷ୍ମୀ। ତାଙ୍କୁ ଗୁତର ଅବସ୍ଥାରେ ଆରଡିଏଚ ହସପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଓ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

nis-ad
Leave A Reply

Your email address will not be published.