ହିଞ୍ଜିଳି ଥାନା ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ହିଞ୍ଜିଳିକାଟୁ (୨୯।୬) : “ଆମ ପୋଲିସ ସମିତି” ହିଞ୍ଜିଳି ଥାନା ପକ୍ଷରୁ ବୁଧବାର ଦିନ ହିଞ୍ଜିଳି ଥାନା ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ରକ୍ତ ଦାନ ଶିବିର ରେ ରେକର୍ଡ ସଂଖ୍ୟକ ୨୨୩ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଛି । ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ବାବଧାନରେ ଆୟୋଜିତ ରକ୍ତଦାନ ଶିବିରର ଉଦଘାଟନୀ ଉତ୍ସବରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରଏ ,ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ମୁଖ୍ୟମନ୍ତ୍ରୀ ଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ,ହିଞ୍ଜିଳି ଵ୍ଳକ ବିଜେଡ଼ିର ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ହିଞ୍ଜିଳିକାଟୁ ବ୍ଲକ ବିଜେଡି ଯୁବ ସଭାପତି ମନୋଜ କୁମାର ସାବତ, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ଯୁବ ସଭାପତି ସଂଜୟ କୁମାର ପଣ୍ଡା, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ନେତା ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ଵିଜେଡି ନଗର ସଭାପତି ଭୀମସେନ ଵେହେରା, ଶିକିରି ଗ୍ରାମ ପଞ୍ଚାୟତ ସରପଞ୍ଚ ଅମର ଵରଡ, ରାଳବ ନେତା ଗନ୍ତାୟତ ଦଳାଇ, ମନୋଜ କୁମାର ପ୍ରଧାନ, ୬୮ ନଂଜିଲ୍ଲା ପରିଷର ସଭ୍ୟ ଏ ସୁଦର୍ଶନ, ପୁର୍ବତନ ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ନେତା ପ୍ରଦିପ କୁମାର ପଣ୍ଡା, ପୂର୍ବତନ ବିଧାୟକ ହରିହର ସାହୁ, ପୂର୍ବତନ କାଉନ୍ସିଲର ଯୁଧିଷ୍ଠିର ସ୍ୱାଇଁ, ମୁନା ପାଢି, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥୁଲେ ।

ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀ ସହଯୋଗ କରିଥିଲେ।
ଏହି ମେଗା ରକ୍ତଦାନ ଶିବିରରେ ରକ୍ତଦାନ ପାଇଁ ଲୋକଙ୍କ ଯଥେଷ୍ଟ ଆଗ୍ରହ ଥିବା ଦେଖିବାକୁ ମିଳିଥିଲା । ଏହି ମହତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆମ ପୋଲିସ ସମିତି ସମେତ ହିଞ୍ଜିଳିକାଟୁ ବ୍ଲକ ଓ ମୁନିସୀପାଲଟି ର ସମସ୍ତ ବର୍ତ୍ତମାନର ଓ ପୂର୍ବତନ ଲୋକପ୍ରତିନିଧି, ସମାଜସେବୀ, ବିଭିନ୍ନ ସଂଗଠନ, ସାମ୍ବାଦିକ ଓ ହିଞ୍ଜିଳି ପୋଲିସ ଏସ ଆଇ ସିଦ୍ଧାର୍ଥ ଜେନା, ଏସ ଆଇ କମଳିନୀ ନାୟକ, ଏ ଏସ ଆଇ ରାଘବ ପ୍ରଧାନ, ଏଏସଆଇ ଆଗୁ ପାତ୍ର, ଏ ଏସ ଆଇ ପ୍ରକାଶ ବେହେରା, ଏ ଏସ ଆଇ ସୁବାସ ଚନ୍ଦ୍ର ମିଶ୍ର, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନଷ୍ଟେବଲ ଜଗନ୍ନାଥ ବେହେରା, ନରେନ୍ଦ୍ର ଶଵର, ପ୍ରଦିପ ରଏ ପାତ୍ର, ରାଜେନ୍ଦ୍ର ମଲିକ, ସୁକାନ୍ତି ବେହେରା, କେ ମହାନ୍ତି, ସନ୍ତୋଷ ରେଡ୍ଡୀ, କର୍ମଚାରୀ ସହଯୋଗ କରି ରକ୍ତଦାନ ଶିବିରକୁ ସଫଳ କରି ରେକର୍ଡ ସଂଖ୍ୟକ ୨୨୩ ୟୁନିଟ ରକ୍ତ ସଂଗୃହୀତ ହୋଇପାରିଥିଲା

nis-ad
Leave A Reply

Your email address will not be published.