ଓଏନ୍‌ଜିସିରେ କାର୍ଯ୍ୟରତ ମାଲକାନଗିରି ଜିଓଲୋଜିଷ୍ଟଙ୍କ ମୃତ୍ୟୁରେ ଜିଲ୍ଲାରେ ଶୋକର ଛାୟା

ମାଲକାନଗିରି : ମୁମ୍ବାଇ ଓଏନ୍‌ଜିସିରେ କାର୍ଯ୍ୟରତ ମାଲକାନଗିରି ଜିଓଲୋଜିଷ୍ଟ ଙ୍କ ମୃତ୍ୟୁରେ ଜିଲ୍ଲା ରେ ଶୋକର ଛାୟା ଖେଳିଯାଇଛି । ଆରବ ସାଗରରେ ଓଏନଜିସି ହେଲିକପ୍ଟର ଦୁର୍ଘଟଣା ମାମଲାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଉଛନ୍ତି ଜିଓଲୋଜିଷ୍ଟ ସତ୍ୟମ୍ବଦ ପାତ୍ର । ସତ୍ୟମ୍ବଦ ପାତ୍ରଙ୍କ ଘର ମାଲକାନଗିରିରେ ବୋଲି ଜଣାପଡିଛି । ସତ୍ୟମବଦ ମୁମ୍ବାଇ ଓଏନଜିସିରେ କାର୍ଯ୍ୟରତ ଥିଲେ । ତାଙ୍କ ସ୍ତ୍ରୀ ୩ ମାସର ଗର୍ଭବତୀ ଥିବା ଜଣାପଡିଛି । ଗତବର୍ଷ ତାଙ୍କର ବିବାହ ହୋଇଥିଲା।

ତେବେ ଆରବସାଗରରେ ମଙ୍ଗଳବାର ଦିନ ଓଏନଜିସି ହେଲିକପ୍ଟର ଖସିପଡ଼ିଥିଲା । ହେଲିକପ୍ଟରରେ ଯାତ୍ରା କରୁଥିବା ୯ ଜଣଙ୍କ ମଧ୍ୟରୁ ୪ ଜଣ ପ୍ରାଣ ହରାଇଥିଲେ । ଆରବ ସାଗରରେ ଏକ କମ୍ପାନୀର ରିଙ୍ଗରେ ଲ୍ୟାଣ୍ଡ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଓଏନଜିସିର ହେଲିକପ୍ଟର ସମୁଦ୍ରରେ ଖସିପଡ଼ିଥିଲା ।

nis-ad
Leave A Reply

Your email address will not be published.