ରାଉରକେଲାରେ ଏନକାଉଣ୍ଟର ; ଅପରାଧୀ ଠାରୁ AK-47 ରାଇଫଲ୍‍ ଜବତ

ରାଉରକେଲା: ରାଉରକେଲାରୁ ଏକ ବଡ଼ ଏନକାଉଣ୍ଟରର ଖବର ସାମ୍ନାକୁ ଆସିଛି। ଚଣ୍ଡିପୋଶ ଥାନା ଅନ୍ତର୍ଗତ ଏହି କାଣ୍ଡ ଘଟିଥିବା ସୂଚନା ମିଳିଛି। ପୋଲିସର ଏନକାଉଣ୍ଟରରେ ଜଣେ ଭୟଙ୍କର ଅପରାଧୀ ଆହତ ହୋଇଥିବା ବେଳେ ତାଙ୍କ ନିକଟରୁ ଏକେ -୪୭ ବନ୍ଧୁକ ଜବତ ହୋଇଛି। ରାଉରକେଲା ପୋଲିସ ଅନ୍ୟ ୨ ଅପରାଧୀଙ୍କୁ ମଧ୍ୟ ଗିରଫ କରିଛି ଏବଂ ଆହତ ଅପରାଧୀକୁ ଆରଜିଏଚ୍ ରେ ଭର୍ତ୍ତି କରାଯାଇଛି।

ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଦୁଇ ଅପରାଧୀ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଅଟନ୍ତି। ତିନି ଦୁର୍ବୁତ୍ତମାନଙ୍କ ମଧ୍ୟ ଜଣଙ୍କଠାରେ ଗୁଳି ବାଜିଛି ଏବଂ ଅନ୍ୟଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ଏହା ସହିତ ସେମାନଙ୍କ ପାଖରୁ ଏକେ-୪୭ ଭଳି ମାରଣାସ୍ତ୍ର ଜବତ ହୋଇଛି ବୋଲି ରାଉରକେଲା ଏସପି କହିଛନ୍ତି।

ପୋଲିସ ଏହି ଅପରାଧୀମାନଙ୍କ ବିଷୟରେ ଆହୁରି କିଛି ଗୁରୁତ୍ୱପୁର୍ଣ୍ଣ ସୂଚନା ପାଇଛି ଏବଂ ଏହାକୁ ଭିତ୍ତି କରି ବିଭିନ୍ନ ସ୍ଥାନରେ ଚେକିଂ କରବା ସହ ପେଟ୍ରୋଲିଂ ମଧ୍ୟ ଆରମ୍ଭ କରିଛି । ତେବେ ଅପରାଧୀମାନଙ୍କୁ ଅଧିକ ଜେରା ପରେ ଆହୁରି କିଛି ସୂଚନା ମିଳିପାରେ ବୋଲି ଏସପି କହିଛନ୍ତି।

nis-ad
Leave A Reply

Your email address will not be published.