ରଥଯାତ୍ରାରେ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ବାହାର ଜିଲାରୁ ଆସିବେ ୨୨୩ ଡାକ୍ତର

ପୁରୀ: ଦୀର୍ଘ ଦୁଇ ବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ। ଏଥିରେ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭକ୍ତଙ୍କୁ ଜରୁରିକାଳୀନ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଏକ ଚ୍ୟାଲେଞ୍ଜ ବୋଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ କହିଥିଲେ। ଏ ନେଇ ପୁରୀ ଛଡ଼ା ବାହାର ଜିଲାରୁ ୨୨୩ ଜଣ ଡାକ୍ତର ସ୍ବତନ୍ତ୍ର ଭାବେ ନିୟୋଜିତ ହେବେ ।

୨୨୩ ଡାକ୍ତରଙ୍କ ସହ ୩୯ ଷ୍ଟାଫ ନର୍ସ, ୧୬୦ ଫାର୍ମାସିଷ୍ଟ, ୪ ଜଣ ରେଡିଓ ଗ୍ରାଫର, ୧୩୯ ଆଟେଣ୍ଡାଣ୍ଟ, ୧୦ ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ଜିଲା ବାହାରୁ ପୁରୀ ଆସିବେ । ପୁରୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ସ୍ବାସ୍ଥ୍ୟସେବା ସମ୍ପର୍କରେ ୧୦ଟି ହୋର୍ଡିଂ ଲଗାଯିବ।

ବଡ଼ଦାଣ୍ଡ ସହର ତଳି ଅଞ୍ଚଳରେ ୩୫ଟି ଆଶ୍ରୟସ୍ଥଳ ଖୋଲାଯିବ । ଆଶ୍ରୟ କେନ୍ଦ୍ରଗୁଡ଼ିକରେ ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯିବ । ତାବ୍ୟତୀତ ଡାକ୍ତରଖାନା ଗୁଡ଼ିକରେ ଅତିରିକ୍ତ ଡାକ୍ତର, ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ, ଖାଦ୍ୟ ସୁରକ୍ଷା ଅଧିକାରୀ, ରେଡିଓ ଗ୍ରାଫର ନିୟୋଜିତ ହେବେ । ଗହଳିକୁ ଦୃଷ୍ଟିରେ ରଖି ରୋଗୀ ସଂଖ୍ୟା ବଢ଼ିବା ଆଶଙ୍କା ରହିଥିବାରୁ ସହରାଞ୍ଚଳ ଡାକ୍ତରଖାନାଗୁଡିକରେ ୧୫୫ ଏବଂ ଗ୍ରାମାଞ୍ଚଳ ଚିକିତ୍ସା କେନ୍ଦ୍ରଗୁଡିକରେ ୫୨ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯାଉଛି ।

nis-ad
Leave A Reply

Your email address will not be published.