ରାଜ୍ୟରେ ସକାଳ ୯ରୁ ୨ଟା ଯାଏ ଖୋଲିବ ଅଙ୍ଗନଓ୍ବାଡ଼ି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଅଙ୍ଗନବାଡ଼ିର ସମୟରେ ପରିବର୍ତ୍ତନ କରାଯାଇଛି । ଆସନ୍ତା ୨୭ ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ସକାଳ ୯ଟାରୁ ଅପରାହ୍ଣ ୨ଟା ଯାଏ ଚାଲିବ । ଯେଉଁ ଅଙ୍ଗନବାଡ଼ି ସ୍କୁଲ ଗୃହରେ ଚାଲୁଛି ସେସବୁ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଖୋଲିବ ।

ସେହିପରି ଆସନ୍ତା ଏପ୍ରିଲ୍‌ ୧ରୁ ଜୁନ୍‌ ୨୬ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନବାଡ଼ି ସକାଳ ୬ରୁ ୧୧ଟା ପର୍ଯ୍ୟନ୍ତ ଚାଲିବ । ଏନେଇ ଗୁରୁବାର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ସକାଳ ୯ଟାରୁ ୯ଟା ୧୫ ଯାଏ ପିଲାଙ୍କ ବସିବା ବ୍ୟବସ୍ଥା କରାଯିବ । ପରେ ୯ଟାରୁ ୧୨ଟା ୪୫ ପର୍ଯ୍ୟନ୍ତ ପ୍ରାର୍ଥନା, ପିଲାଙ୍କୁ ଜଳଖିଆ ଦିଆଯିବ ।

ସେହି ଭିତରେ ଖେଳକୁଦ ସହ ପାଠ ପଢ଼ାଯିବ । ପିଲାଙ୍କୁ ଅଭ୍ୟାସ ବହି କରିବାକୁ ଦିଆଯିବ । ୧୨ଟା ୪୫ରୁ ୧ଟା ଭିତରେ ପିଲାମାନେ ମଧ୍ୟାହ୍ନଭୋଜନ ଖାଇ ଘରକୁ ଯିବେ । ୧ଟା ୧୫ରୁ ୨ଟା ପର୍ଯ୍ୟନ୍ତ ଅଙ୍ଗନବାଡ଼ି ଦିଦି ଓ ସହାୟିକାମାନେ ଅତିକମ୍‌ରେ ସେହି ଅଞ୍ଚଳରେ ଥିବା ଦୁଇ ଜଣ ଗର୍ଭବତୀ ଓ ପ୍ରସୂତିଙ୍କ ପାଖକୁ ଯାଇ କାଉନ୍‌ସେଲିଂ କରାଇବେ, ଛୁଆଙ୍କ ଓଜନ ମାପିବେ ବୋଲି ଚିଠିରେ କୁହାଯାଇଛି ।

nis-ad
Leave A Reply

Your email address will not be published.