ପାନ ଦୋକାନରୁ ଜରିମାନା ଆଦାୟ

ଛତ୍ରପୁର : ଛତ୍ରପୁର ସହର ଓ ବାଇପାସ୍ ଅଂଚଳରେ ଥିବା ସମସ୍ତ ପାନ ଦେକାନ ଗୁଡିକୁ ଏକ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରି ଯାଂଚ କରିଛନ୍ତି । ସେଥିରୁ ୨୮ ପାନ ଦୋକାନରେ ଗୁଟଖା, ବିଡି, ସିଗାରେଟ୍, ଖଇନି ଆଦି ବିକ୍ରି ହେଉଥିବା ଯାଂଚ ବେଳେ ସ୍କ୍ୱାର୍ଡ ଦେଖିବାକୁ ପାଇଥିଲେ । ଉକ୍ତ ଦୋକାନୀ ମାନଙ୍କ ଠାରୁ ୫ ହଜାର ୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ଭୟରେ ଛତ୍ରପୁର ର ବହୁତ ଦୋକାନ ବନ୍ଦ କରିଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ସ୍ଥିତି ସିଡିଏମଓ ଅଫିସ ର ଖାଦ୍ୟ ସୁରକ୍ଷା ଅଧିକାରୀ ଚିନ୍ମୟ ପାଢୀ ଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଟିମ୍ ଏହି ଚଢାଉ କରି ପାନ ଦୋକାନ ଗୁଡିକୁ ଯାଂଚ କରିଥିଲେ । ଛତ୍ରପୁର ପୋଲିସ ଫୋର୍ସ ଏହି ଯାଂଚରେ ସହାୟତା କରିଥିଲେ ।

nis-ad
Leave A Reply

Your email address will not be published.