ଭୁବନେଶ୍ୱର ଇଡି ଅଫିସରେ କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କୁ ଇଡିର ସମନକୁ ରାଜଧାନୀରେ ବିରୋଧ । ତାତିଲେ ରାଜ୍ୟ କଂଗ୍ରେସର କର୍ମୀ । ଭୁବନେଶ୍ୱର ଇଡି ଅଫିସ ଆଗରେ ବିକ୍ଷୋଭ ସହ ଧସେଇ ପଶିବାକୁ ଉଦ୍ୟମ । କଂଗ୍ରେସ କର୍ମୀଙ୍କ ହୋ ହାଲ୍ଲା କରୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି । ଇଡି ଅଫିସକୁ ପଶିବାକୁ ଉଦ୍ୟମ ବେଳେ ୩୦ରୁ ଅଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ ।

କେନ୍ଦ୍ର ସରକାରଙ୍କ ମିଛ କେସରେ ରାହୁଲ ଗାନ୍ଧୀଙ୍କୁ ଫସାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ଯୁବ କଂଗ୍ରେସ । ୪ର୍ଥ ଥର ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ । ଆଉ ଏହାକୁ ନେଇ ଜାରି ରହିଛି କଂଗ୍ରେସର ସତ୍ୟାଗ୍ରହ ।

nis-ad
Leave A Reply

Your email address will not be published.