ଟ୍ରକ ଡାଲାରୁ ହାତଗୋଡ଼ ବନ୍ଧା ଯୁବକକୁ ଉଦ୍ଧାର କଲା ପୋଲିସ

ମାର୍ଶାଘାଇ: ୫୩ ନମ୍ବର ଜାତୀୟ ରାଜପଥରେ ନୀଳାଞ୍ଚଳ ବଜାର ନିକଟରୁ ଚୋରି ଅଭିଯୋଗରେ ଜଣେ ଯୁବକକୁ ଟ୍ରକ ଆଗରେ ବାନ୍ଧି ଗାଡ଼ି ଚଲାଇ ନେବା ଭିଡିଓ ଭାଇରାଲ୍‌ ଘଟଣାକୁ ମାସେ ନ ପୂରୁଣୁ ଆଉ ଏକ ଘଟଣା ଚର୍ଚ୍ଚା ଜୋର ଧରିଛି । ଟ୍ରକ ଡାଲାରୁ ଜଣେ ଯୁବକଙ୍କୁ ମାର୍ଶାଘାଇ ପୁଲିସ ହାତ ବନ୍ଧା ଅବସ୍ଥାରେ ଉଦ୍ଧାର କରିଛି ।

ଖବର ମୁତାବକ ଗୋଟିଏ ୧୨ଚକିଆ ଟ୍ରକ ଡାଲାରେ ପକାଇ ଡ୍ରାଇଭର ଜଣକ ପାରାଦୀପ ଉଦୟବଟ ଅଞ୍ଚଳର କାହ୍ନୁ ମଳିକଙ୍କ ପୁଅ ମିଥୁନ ମଲିକଙ୍କୁ ପାରାଦୀପ ଜିରୋପଏଣ୍ଟ୍‌ ଅଞ୍ଚଳରୁ ଅପହରଣକରି ନେଉଥିଲେ । ଟ୍ରକଟି ହଜାରି ଛକ ନିକଟରେ ରହି ଡ୍ରାଇଭର ଚା’ ପିଉଥିବା ବେଳେ ମିଥୁନ ଚିତ୍କାର କରିଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ମାର୍ଶାଘାଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ସହିତ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଥିବାର ମାର୍ଶାଘାଇ ଆଇଆଇସି ପ୍ରଦୀପ୍ତ କୁମାର କାନୁନ୍‌ଗୋ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.