‘ଅଗ୍ନିପଥ’ ଯୋଜନା ଯୁବପିଢ଼ିଙ୍କ ପାଇଁ ଲାଭଦାୟକ: ସେନା ମୁଖ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ସ୍କିମ’କୁ ନେଇ ତୁମ୍ଭିତୋଫାନ ଜାରି ରହିଥିବା ବେଳେ ଏ ସମ୍ପର୍କରେ ଭାରତର ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ଯୋଜନାକୁ ସେ ପ୍ରଶଂସା କରିବା ସହ ଉଭୟ ଯୁବପିଢ଼ି ଏବଂ ସେନା ପାଇଁ କେବଳ ‘ବିଜୟ ହିଁ ବିଜୟ’ ବୋଲି କହିଛନ୍ତି। ସେନାରେ ଆଶାୟୀ ଯୁବକ ମାନଙ୍କୁ ଏହି ଯୋଜନା ବାବଦରେ ଭୁଲ ତଥ୍ୟକୁ ଆଧାର କରି ଅପପ୍ରଚାର କିମ୍ବା ଭ୍ରମିତ ନକରିବାରକୁ ସେ ନିବେଦନ କରିଛନ୍ତି। ଜାତୀୟ ଗଣମାଧ୍ୟମର ଏକ ଚାନେଲକୁ ସାକ୍ଷାତକାର ଦେଇ ପାଣ୍ଡେ କହିଛନ୍ତି ଯେ, ଅଗ୍ନିପଥ ଯୋଜନା ପ୍ରତ୍ୟାହୃତ ହେବ ନାହିଁ। ତେବେ ଏହି ଯୋଜନା ବାବଦରେ ଆଜି ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ଅଗ୍ନିପଥ ସ୍କିମ ପ୍ରତ୍ୟାହୃତ ଯୋଜନା ନାହିଁ ବୋଲି ସେ କହିଛନ୍ତି। ସେହିପରି ଯୋଜନାରେ ଆଉ କିଛି ସକାରାତ୍ମକ ପରିବର୍ତ୍ତନ ପାଇଁ ଉଦ୍ଦେଶ୍ୟ ରହିଛି। ଏଥିସହ ଭୁଲ ତଥ୍ୟ ଆଧାରରେ ଭ୍ରମିତ ନହେବା କିମ୍ବା କୌଣସି ପ୍ରକାର ଗୁଜବ ପ୍ରସାରଣ ନକରିବାକୁ ସେ ଅନୁରୋଧ କରିଛନ୍ତି । ଯୁବପିଢ଼ି ଏହି ଯୋଜନାରେ ଉଭୟ ଶାରିରୀକ ଓ ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତି ପାଇଁ ସେ ପରାମର୍ଶ ଦେଇଛନ୍ତି। ଅଗ୍ନିପଥ ଯୋଜନା ଦେଶର ଯୁବପିଢ଼ିଙ୍କ ପାଇଁ ବେଶ ଲାଭଦାୟକ। ଏହା ଯୁବପିଢ଼ି ବୁଝିବା ଉଚିତ ବୋଲି ସେ କହିଛନ୍ତି।
ତେବେ ରବିବାର ଏକ ମିଳିତ ପ୍ରେସମିଟ୍ କରି ଏହି ସ୍କିମକୁ ନେଇ ରହିଥିବା ସଂଦେହ ତିନି ସେନା ପକ୍ଷରୁ ଦୂର କରାଯାଇ ଥିଲା । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ମିଲିଟାଣି ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଲେପ୍ଟନାଣ୍ଟ ଜେନେରାଲ ଅନୀଲ ପୁରି କହିଛନ୍ତି ଯେ, ଏହି ସଂସ୍କାର ଦ୍ୱାରା ସେନା ଯବାନଙ୍କ ହାରାହାରି ବୟସ ହ୍ରାସ ପାଇବ । ଯାହାକି ସେନାର ଦକ୍ଷତା ବୃଦ୍ଧି କରିବ । ଏବେ ସେନାର ଅଧିକାଂଶ ଯବାନଙ୍କ ବୟସ ୩୦ ବର୍ଷରୁ ଅଧିକ ରହିଛି । ସେ କହିଛନ୍ତି ଯେ ଏହି ସ୍କିମରେ ଆସନ୍ତା ୫ ବର୍ଷରେ ପ୍ରାୟ ୫୦ରୁ ୬୦ ହଜାର ନିଯୁକ୍ତି କରାଯିବ ।
ଭବିଷ୍ୟତରେ ଏହା ୧.୨୫ଲକ୍ଷକୁ ବୃଦ୍ଧି ପାଇପାରେ । ଭାରତୀୟ ବାୟୁସେନାର ପ୍ରତିନିଧିତ୍ୱ କରୁଥିବା ଏୟାର ମାର୍ସାଲ ଏସକେ ଝା କହିଛନ୍ତି ଯେ, ଜୁନ ୨୪ରୁ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ଜୁଲାଇ ୨୪ରୁ ଅନଲାଇନ ପରୀକ୍ଷା ଆରମ୍ଭ ହେବ । ପ୍ରଥମ ବ୍ୟାଚ ଅଗ୍ନିବୀରଙ୍କ ତାଲିମ ଡିସେମ୍ବର ସୁଦ୍ଧା ଆରମ୍ଭ ହୋଇଯିବ ।ଅନ୍ୟପକ୍ଷରେ ନୌସେନାର ପ୍ରତିନିଧିତ୍ୱ କରୁଥିବା ଭାଇସ ଆଡମିରାଲ ଦିନେଶ ତ୍ରିପାଠୀ କହିଛନ୍ତି ଯେ, ନୌସେନା ପୁରୁଷଙ୍କ ସମେତ ମହିଳା ଅଗ୍ନିବୀରଙ୍କ ନିଯୁକ୍ତ ମଧ୍ୟ କରିବ। ନଭେମ୍ବର ୨୧ରୁ ପ୍ରଥମ ବ୍ୟାଚ ନାଭାଲ ଅଗ୍ନିବୀରଙ୍କ ତାଲିମ ଆଇଏନଏସ ଚିଲିକାରେ ଆରମ୍ଭ ହେବ ।

nis-ad
Leave A Reply

Your email address will not be published.