ରାସ୍ତାରେ ଆମ୍ବୁଲାନ୍ସ ରଖି ଆତ୍ମହତ୍ୟା କଲେ ଡ୍ରାଇଭର

ଆଠଗଡ, ୧୯।୬ କାନପୁର ଥାନା ରୋଡ଼ରେ ଆମ୍ବୁଲାନ୍ସ ରଖି ଏକ ତେନ୍ତୁଲି ଗଛରେ ରସି ଲଗାଇ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଆତ୍ମହତ୍ୟା କରିଛି। ଆମ୍ବୁଲାନ୍ସ ଡ୍ରାଇଭର ଜଣକ ହେଲେ କାବୁଲି ସେନାପତି।

କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସର ଡ୍ରାଇଭର କାବୁଲି ସେନାପତି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଏକ ରାସ୍ତା କଡ଼ରେ ଆମ୍ବୁଲାନ୍ସ ରଖି ଦେଇ ତେନ୍ତୁଳି ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି।

ଖବର ପାଇ କାନପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। କାବୁଲିଙ୍କ ଘର ତିଗିରିଆ ଥାନା ଅଧିନ ବିନ୍ଧାଣିମା ଗାଁର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଯୁବକ ଜଣଙ୍କ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଖବର ପାଇ କାନପୁର ଥାନା ପୋଲିସର ତଦନ୍ତ ଜାରି ରହିଛି।

nis-ad
Leave A Reply

Your email address will not be published.