ଘରର ଆଜବେଷ୍ଟ କାମ କରୁଥିବା ବେଳେ ଘଟିଲା ବଜ୍ରାଘାତ, ୪ ମୃତ ଓ ୨ ଜଣ ଗୁରୁତର

ନୂଆପଡା ଜିଲ୍ଲା କୋମନା ବ୍ଲକ ମଲ୍ଲିକ ମୁଣ୍ଡା ଗାଁରେ ଆଜି ବଜ୍ରାଘାତରେ ୪ ମୃତ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇଜଣଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ନରେ ଘର ଛାତ ଉପରେ ଆଜବେଷ୍ଟ କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ ୬ ଜଣ ।

ସେଥିରୁ ୪ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ବ୍ୟକ୍ତିମାନେ ଗୋଟିଏ ପରିବାରର। ସେମାନଙ୍କ ନାମ ତୀର୍ଥ ନାଗ, ଚୁଡ଼ାମଣି ନାଗ, ଲକ୍ଷମଣ ନାଗ ଓ ଗୁନସାଗର ନାଗ ବୋଲି ଜଣାପଡିଛି।

nis-ad
Leave A Reply

Your email address will not be published.