ତିନିବର୍ଷ ପରେ ଏମ୍ସରେ ହେବ ଜଗାର ଅପରେସନ

କଟକ: ଯୋଡାମୁଣ୍ଡ ଶିଶୁ ଜଗାକୁ ଦେଖିଛନ୍ତି ଦିଲ୍ଲୀ ଏମସ୍ ଡାକ୍ତର ଦୀପକ ଗୁପ୍ତା । ଜଗାକୁ ପରୀକ୍ଷା କଲା ପରେ ଡ଼କ୍ଟରଙ୍କ ସୂଚନା ଯେ, ଜଗା ଭଲ ଅଛି, ଖେଳୁଛି ଓ ଚିହ୍ନୁଛି । ତାର ଥ୍ରୀଡି ସିଟି ସ୍କାନ କରାଯାଇଛି । ରିପୋର୍ଟ ସଂପର୍କରେ ପରେ ଦିଲ୍କୀର ଡାକ୍ତରୀ ଟିମ ତର୍ଜମା କରିବେ । ଜଗାକୁ ସ୍କୁଲ ପଠାଇବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ଏଥିସହ ଦୁଇଟି ସ୍ବତନ୍ତ୍ର ହେଲମେଟ ଜଗା ପାଇଁ ପ୍ରସ୍ତୁତ ହେବ । ଜଗାକୁ ଏବେ ସାତ ବର୍ଷ, 10 ବର୍ଷ ହେଲେ ସ୍କଲ୍ ଟ୍ରାନସ ପ୍ଲାଣ୍ଟ କରାଯିବ ବୋଲି ଡାକ୍ତର ଗୁପ୍ତା କହିଛନ୍ତି । ତେବେ ଆଉ 3 ବର୍ଷ ପରେ ତାର ଆଉ ଏକ ଅପ୍ରେସନ ଦିଲ୍ଲୀ ଏମ୍ସରେ କରାଯିବ। ଏହାରି ମଧ୍ୟରେ ଜଗାର ସ୍କୁଲ ଯିବା ଦିଗକୁ ନେଇ ଖୁସି ପ୍ରକଟ କରିଛନ୍ତି ପରିବାର । ତେବେ ବର୍ତ୍ତମାନ ଜଗା ଖେଳକୁଦ, ହସିବା, ଖାଇବା ଆଦି ସୁଚାରୁରୁପେ କରିପାରୁଛି ।

ଘର ହେଉ କି ମେଡିକାଲ ସବୁଠି କୌତୁହଳପୂର୍ଣ୍ଣ ଆଚରଣ ଦେଖାଉଛି ଜଗା । ତେବେ ପୁଅର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଦେଖି ବେଶ ଖୁସି ଜାହିର କରିଛନ୍ତି ଜଗାଙ୍କ ବାପା । ତେବେ ଜଗା ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ଅନ୍ୟ ପିଲାଙ୍କ ପରି ସ୍କୁଲ ଯିବ ଓ ଭଲ ମଣିଷଟେ ହେବ ବୋଲି ଆଶା ରଖିଛନ୍ତି ପରିବାର ।

nis-ad
Leave A Reply

Your email address will not be published.