ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ…


ହିଞ୍ଜିଳିକାଟୁ : ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ଥାନା ଶାସନଆମ୍ବଗାଁ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମ ଖତାଡି ସାହିର ଭୋଳା ସ୍ବାଇଁ (୩୫) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୧୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନ ପ୍ରାୟ ୫ଟାରେ ଯୁବକ ଜଣକ ମାତାଲ ହୋଇ ଗାଧୋଇବା ପାଇଁ ଗ୍ରାମ ପୋଖରୀକୁ ଯାଇଥିଲେ । ସେଠାରେ ନିଜର ପ୍ୟାଣ୍ଟ ଓ ଚାଦର ପାହାଚ ଉପରେ ରଖି ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ।

ଅସାବଧାନତା ବଶତଃ ପୋଖରୀ ପାଣିରେ ବୁଡି ଯାଇଥିଲେ । ଯୁବକ ଜଣଙ୍କ ବହୁ ସମୟ ଧରି ଘରକୁ ନଫେରିବାରୁ ପରିବାର ସଦସ୍ୟ ଖୋଜାଖୋଜି କରିଥିଲେ । ପୋଖରୀ ନିକଟରେ ଯୁବକଙ୍କ ପ୍ୟାଣ୍ଟ୍ ପଡ଼ିଥିବା ଦେଖି ପୋଖରୀ ପାଣିରେ ବୁଡି ଯାଇଥିବା ସନ୍ଦେହ କରି ଉଦ୍ଧାର ସକାଶେ ହିଞ୍ଜିଳିକାଟୁ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ । ଶୁକ୍ରବାର ରାତିରେ ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ଅଧିକାରୀ ଗୈାତମ ସାହୁଙ୍କ ତତ୍ତ୍ଵାବଧାନରେ କର୍ମଚାରୀ ମାନେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କ ସନ୍ଧାନ ମିଳିନଥିଲା । ଶନିବାର ସକାଳେ ଅଗ୍ନିଶମ ବିଭାଗ ତରଫରୁ ପାଣିରେ ବୁଡ଼ି ଖୋଜି ପୋଖରୀ ପାଣିରେ ଯୁବକଙ୍କ ମୃତଦେହ ଠାବ କରିବାରେ ସଫଳ ହୋଇଥିଲେ ।ପୋଖରୀ ରୁ ମୃତ ଯୁବକଙ୍କୁ ଉଦ୍ଧାର କରି ହିଞ୍ଜିଳି ଥାନାକୁ ଖବର ଦେଇଥିଲେ ।

nis-ad
Leave A Reply

Your email address will not be published.