ପ୍ରଦର୍ଶନକାରୀଙ୍କୁ ସୋନିଆ ଗାନ୍ଧୀଙ୍କ ଅପିଲ୍- ‘ଆମେ ଆପଣଙ୍କ ସହ ଅଛୁ, ଶାନ୍ତିପୂର୍ଣ୍ଣ ଭାବେ ରଖନ୍ତୁ ନିଜ ଦାବି’

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶର କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି। ଗୋଟିଏ ପଟେ ପ୍ରଦର୍ଶନକାରୀ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ନିଜର ବିରୋଧ ପ୍ରଦର୍ଶନ କରୁଥିବା ବେଳେ, ବିରୋଧୀ ମଧ୍ୟ ଭର୍ତ୍ତି ପ୍ରକ୍ରିୟାରେ ପରବିର୍ତ୍ତନକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହସ୍ପିଟାଲରୁ ଦେଶର ଯୁବକଙ୍କ ପାଇ ଏକ ଚିଠି ଜାରି କରିଛନ୍ତି ।
ଦେଶର ଯୁବକଙ୍କ ଉଦ୍ଦେଶ୍ୟ ଲେଖିଥିବା ଚିଠିରେ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ‘ମୁଁ ଦୁଃଖିତ ଯେ,ସରକାର ଆପଣମାନଙ୍କ ଦାବିକୁ ଅଣଦେଖା କରିଛନ୍ତି ଏବଂ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି ଯାହା ସମ୍ପୂର୍ଣ୍ଣ ଲକ୍ଷ୍ୟହୀନ। ମୁଁ ସମସ୍ତଙ୍କୁ ଅପିଲ କରୁଛି ଯେ, ଆପଣ ବିରୋଧ କରନ୍ତୁ କିନ୍ତୁ ଅହିଂସା ଏବଂ ଶାନ୍ତିପୂର୍ଣ୍ଣ ଭାବେ। ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଆପଣଙ୍କ ସହ ଅଛି’।
ଚିଠିରେ ସୋନିଆ ଗାନ୍ଧୀ ଲେଖିଛନ୍ତି, ‘ଆପଣମାନେ ଭାରତୀୟ ସେନାରେ ଭର୍ତ୍ତି ହୋଇ ଦେଶ ସେବାର ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବାର ଅଭାଳାଷା ରଖିଛନ୍ତି। ସେନାରେ ଲକ୍ଷ ଲକ୍ଷ ପଦ ଖାଲି ଥିବା ସତ୍ତ୍ୱେ ଗତ ତିନି ବର୍ଷରେ କୌଣସି ଭର୍ତ୍ତି ନ ହେବାର କଷ୍ଟ ମୁଁ ଅନୁଭବ କରିପାରିବି। ଏୟାରଫୋର୍ସରେ ଭର୍ତ୍ତିର ପରୀକ୍ଷା ଦେଇ ରେଜଲ୍ଟ ଏବଂ ନିଯୁକ୍ତିର ଅପେକ୍ଷା କରିଥିବା ଯୁବକଙ୍କ ସହ ମୋର ସହନୁଭୂତି ରହିଛି’।

nis-ad
Leave A Reply

Your email address will not be published.