ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୫୫ ୟୁନିଟ୍ ରକ୍ତ ସଂଗୃହୀତ

ଫୁଲବାଣୀ (୧୭/୬) : କନ୍ଧମାଳ ଜିଲ୍ଲାର ଫୁଲବାଣୀ ରକ୍ତଭଣ୍ଡାର ପରିସରରେ ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ କନ୍ଧମାଳ ଶାଖା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୁଖ୍ଯ ଅତିଥି ଭାବେ ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଅନ୍ଯତମ ଅତିଥି ଭାବେ ଫୁଲବାଣୀ ରକ୍ତଦାନ ସମିତିର ସମ୍ପାଦକ ବିଜୟ ମହାନ୍ତି, ସହସମ୍ପାଦକ ତଥା ବିଶିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା,ବରିଷ୍ଠ ସଦସ୍ୟ ରକ୍ତଦାତା କପିଳେଶ୍ଵର ସେନାପତି, ବିଜୟ କୁମାର ବେହେରା ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡ.ଜୟଦୀପ ଘୋଷ ଏବଂ ମୋବାଇଲ ରିଟେଲର ଆସୋସିଏସନ କନ୍ଧମାଳ ଶାଖାର ସଭାପତି କ୍ରିଷ୍ଣା ସେନାପତି, ସମ୍ପାଦକ ପ୍ରମୋଦ ମହାପାତ୍ର ଏବଂ ସଦସ୍ୟ ମାନେ ଯୋଗ ଦେଇଥିଲେ। ଶିବିରରେ ପ୍ରଥମେ ପୌରାଧ୍ୟକ୍ଷାଙ୍କ ପୁଅ ଶ୍ରୀତମ ମହାନ୍ତି ରକ୍ତଦାନ କରିଥିଲେ। ପରେ ପରେ ସଭାପତି କ୍ରିଷ୍ଣା ସେନାପତି ଓ ବିଜୟ କୁମାର ବେହେରା ସମେତ ସେମାନଙ୍କ ଧର୍ମପତ୍ନୀ ମାନେ ରକ୍ତଦାନ କରିଥିଲେ। ଏଥିସହିତ ମୋବାଇଲ ଆସୋସିଏସନ ର ସଦସ୍ୟ ଓ ଅନ୍ଯ ଯୁବକ ଯୁବତୀ ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।ରକ୍ତ ସଂଗ୍ରହ କାର୍ଯ୍ୟରେ ରକ୍ତଭଣ୍ଡାରର କର୍ମଚାରୀ ସୂଜିତ କୁମାର ସାହୁ, ଦିନକୃଷ୍ଣ ମହନ୍ତ,ପ୍ରଶାନ୍ତ କୁମାର ରତ୍ନାଲୁ, ବରୁଣ ବେହେରା ଓ ସଞ୍ଜୁକ୍ତା ଦଳଛତ୍ର ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। ଶିବିରରେ ମୋଟ ୫୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଶିବିର ପରିଚାଳନାରେ ଆସୋସିଏସନର ସଦସ୍ୟ ଦେବାଶିଷ ପାତ୍ର, ଶିବପ୍ରସାଦ ପାଢୀ,ରୁପେଶ କୁମାର ପାଢ଼ୀ, ହିମାଂଶୁ ଶେଖର ନାୟକ,ରାମଚନ୍ଦ୍ର ଭୂୟାଁ,କାହ୍ନୁଚରଣ ପାଣିଗ୍ରାହୀ, ସନ୍ତୋଷ କୁମାର ସ୍ବାଇଁ ଓ ସନ୍ତୋଷ ରାଓ ପ୍ରମୁଖ ସହାୟତା କରିଥିଲେ।

nis-ad
Leave A Reply

Your email address will not be published.