ବିଶିଷ୍ଠ ସାହିତ୍ୟିକ ଭାବେ ନିମାପଡାରେ ଡ଼ଃ ନୃସିଂହାନନ୍ଦ ସମ୍ମାନିତ

ଫୁଲବାଣୀ:- ଓଡ଼ିଶାର ଜଣାଶୁଣା ସାହିତ୍ୟିକ ତଥା କନ୍ଧମାଳର ଶିକ୍ଷାବିତ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ପୁରୀ ଜିଲ୍ଲାର ନିମାପଡାସ୍ଥ ନୟା ସବେରା ଯୁବ ଟ୍ରଷ୍ଟ ତରଫରୁ ବିଶିଷ୍ଠ ସାହିତ୍ୟିକ ଭାବେ ସମ୍ମାନିତ କରlଯାଇଛି l ତାଙ୍କର ଉଚ୍ଚ କୋଟିର ସାହିତ୍ୟ ସାଧନା ପାଇଁ ଏହି ସମ୍ମାନ ମିଳିଛି l ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଆୟୋଜିତ ଏହି ସାହିତ୍ୟ ସଭା ଓ କବିତା ଆସରରେ ମୁଖ୍ୟ ବକ୍ତା ଭାବେ ଓଡିଶା ଅର୍ଥ ସେବାର ଉପ ସଚିବ ତଥା ସାହିତ୍ୟିକ ସଂଗ୍ରାମ କେଶରୀ ସାମନ୍ତରାୟ ଓ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ନେତ୍ରାନନ୍ଦ ଭୋଇ ଯୋଗ ଦେଇଥିଲା ବେଳେ ବିଶିଷ୍ଠ ସାହିତ୍ୟିକା ତଥା ପ୍ରାଧ୍ୟାପିକା ପ୍ରତିଭା ମହାରଥୀ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟିକ ବଦ୍ରି ମିଶ୍ର, ପୁରୀ ନେହୁର ଯୁବ କେନ୍ଦ୍ରର ଅଧ୍ୟକ୍ଷ ଜୟ ଶଙ୍କର ଯୋଶୀ ପ୍ରାଚୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲୀପ କୁମାର ସେନାପତି, ନିମାପଡାର ଏସ୍ଡିପିଓ ଦେବାଶିଷ ମିଶ୍ର ଏନ ଏସ ଏନ ୱାଇ ଟିର ଉପଦେଷ୍ଠା ପ୍ରତାପ କୁମାର ସାବତ, ନିମାପଡା କାରା ଅଧୀକ୍ଷକ ଅକ୍ଷୟ କୁମାର ଜେନା, ନିମାପଡା ଓଆଇସି ଶଙ୍କର୍ଷଣ ଦଳାଇ ଓ ଅନୁଷ୍ଠାନର ସମ୍ପାଦକ ବ୍ୟଙ୍ଗ କବି ସଂମ୍ପଦ କୁମାର ରଥ ମଂଚାସୀନ ଥିଲେ l ଉପସ୍ଥିତ ଅତିଥି ମନେ ଡ଼ଃ ମହାପାତ୍ର ଙ୍କର ଭୁୟସୀ ପ୍ରଶଂସା କରିଥିଲେ l

ଡ଼ଃ ମହାପାତ୍ର ଓଡ଼ିଶାର ବିଭିନ୍ନ ସ୍ଥାନରୁ ଅଧ୍ୟlବଧି ଦୁଇଶହରୁ ଉର୍ଦ୍ଧ୍ଵ ଅନୁଷ୍ଠାନ ଦ୍ୱାରା ସମ୍ୱର୍ଦ୍ଧିତ ହୋଇ ସାରିଛନ୍ତି l ତାଙ୍କରି ଏହି କୃତି ପାଇଁ ଫୁଲବାଣୀର ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଶିଶୁ ସାହିତ୍ୟିକ କବି କୈଳାସ ଚନ୍ଦ୍ର ଧଳଙ୍କ ସମେତ ବହୁ ସାହିତ୍ୟିକ ବୁଦ୍ଧିଜୀବୀ ଓ ଶିକ୍ଷାବିତ ଶୁଭେଚ୍ଛା ଜଣାଇଛନ୍ତି l

nis-ad
Leave A Reply

Your email address will not be published.