ନୂଆଦିଲ୍ଲୀ: ଜବରଦଖଲ ଉଚ୍ଛେଦ ମନଇଚ୍ଛା ହୋଇପାରିବ ନାହିଁ। କାହା ଘରକୁ ହଠାତ୍ ଜବରଦସ୍ତ ଭଙ୍ଗା ଯାଇପାରିବ ନାହିଁ। ବେଆଇନ ଉଚ୍ଛେଦ ବି ଆଇନର ପ୍ରକ୍ରିୟା ଅନୁସାରେ ହେବ। ଏହା କହିଛନ୍ତି ସୁପ୍ରିମକୋର୍ଟ। ୟୁପିରେ ପ୍ରାୟାଗରାଜ ବୁଲଡୋଜର ବୁଲିବା ମାମଲାରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିଛି। ଏନେଇ ଉତ୍ତରପ୍ରଦେଶ ସରକାରଙ୍କଠାରୁ ୩ ଦିନ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୁଲଡୋଜର ଲଗାଇ ତରବରିଆ ଭାବେ ବେଆଇନ ଉଚ୍ଛେଦ କରୁଥିବା କାରଣ ସମ୍ପର୍କରେ ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରି ବୁଲଡୋଜର ଚଳାଇ ସେମାନଙ୍କ ଘର ଦ୍ୱାର ଭାଙ୍ଗୁଥିବା କୋର୍ଟରେ ମାମଲା ରୁଜୁ ହୋଇଥିଲା । ଭାଙ୍ଗିବା ପୂର୍ବରୁ ସମ୍ପତ୍ତିର ଅଧିକୃତ ବ୍ୟକ୍ତିଙ୍କୁ କୌଣସି ନୋଟିସ ଦିଆଯାଉ ନାହିଁ। ଜମାଇତ୍-ଉଲମା-ଇ-ହିନ୍ଦ ପକ୍ଷରୁ ଏ ସମ୍ପର୍କରେ କୋର୍ଟରେ ମାମଲା ରୁଜୁ ହୋଇଥିଲା। ସରକାର ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବ୍ୟକ୍ତଙ୍କ ସମ୍ପତ୍ତିକୁ ଦେଖି ନିଶାନା କରୁଥିବା ଆବେଦନରେ ଦର୍ଶାଯାଇଥିଲା। ସେହିପରି ବିନା ଆଇନ ପ୍ରକ୍ରିୟାରେ ପରବର୍ତ୍ତୀ ଭଙ୍ଗାରୁଜ ଉପରେ ରୋକ ଲଗାବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ନିତ୍ୟ ରାମ କ୍ରିଷ୍ଣ ପ୍ରତିନିଧିତ୍ୱ କରୁଥିବା ବେଳେ ସେ କହିଛନ୍ତି ଯେ, ଅପରାଧିକ ନ୍ୟାୟ ପାଇଁ ବୁଲଡୋଜର ଫର୍ମୁଲା ଗଣତନ୍ତ୍ରର ପରିପନ୍ଥୀ। ଉତ୍ତରପ୍ରଦେଶ ସରକାର ଓ ପ୍ରଶାସନ ମନଇଚ୍ଛା ଶାସନ କରୁଛନ୍ତି। ଧମକଚମକ ଦେଇ ଭଙ୍ଗାରୁଜା କରୁଛନ୍ତି। ନିତ୍ୟ ରାମ କ୍ରିଷ୍ଣ କହିଛନ୍ତି ଯେ, ବିନା ଆଇନ ପ୍ରକ୍ରିୟାରେ ଭଙ୍ଗାରୁଜାକୁ ସୁପ୍ରମିକୋର୍ଟଙ୍କ ସ୍ପଷ୍ଟ ବାରଣ ରହିଛି। ଏକ୍ଷେତ୍ରରେ ରୋଲ ଅଫ ଲ’କୁ ଅନୁସରଣ କରିବା ଅନବାର୍ଯ୍ୟ କୋର୍ଟ କହିଥିବା ସେ କହିଛନ୍ତି ।
ଅନ୍ୟପକ୍ଷରେ ବେଆଇନ ଉଚ୍ଛେଦ ନେଇ କୌଣସି ପ୍ରକାର ଆଇନ ଉଲ୍ଲଂଘନ ହୋଇ ନଥିବା ଉତ୍ତରପ୍ରଦେଶ ସକାର କହିଛନ୍ତି । ତେବେ ଏହାର ଜବାବରେ ସୁମ୍ରିମକୋର୍ଟ କହିଛନ୍ତି ଯେ, ସବୁ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆମେ କହୁନୁ, କିନ୍ତୁ ସରକରାରଙ୍କ ପକ୍ଷରୁ ନିଆଯାଇଥିବା ସାମ୍ପ୍ରତିକ ପଦକ୍ଷେପ ଆଇନର ଗଣ୍ଡି ଭିତରେ ହେବା ଉଚିତ। ଯେଉଁମାନଙ୍କର ଘର ଭଙ୍ଗାଯାଇଛି ସେମାନଙ୍କ ସୁରକ୍ଷା ପାଇଁ ଆବେଦନକାରୀ ଦାବି କରିଛନ୍ତି। କାରଣ ସେମାନେ ବି ସମାଜର ଏକ ଅଂଶ। ସେମାନଙ୍କର ବି ବଞ୍ଚିବାର ଅଧିକାର ରହିଛି। ଏଭଳି ଭଙ୍ଗାରୁଜା ଆଇନ ଅନୁଯାୟୀ ହୋଇ ନାହିଁ। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାର ମାସରେ ହେବ।
Sign in
Sign in
Recover your password.
A password will be e-mailed to you.
Prev Post
Next Post