ଅନୁଗୁଳ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଅନୁଗୁଳ ଜିଲ୍ଲା ବଳରାମପ୍ରସାଦରେ ନୂତନ କର୍ମଚାରୀ ରାଜ୍ୟ ବୀମା (ଇଏସ୍ଆଇ) ଡାକ୍ତରଖାନାକୁ ଲୋକାର୍ପିତ କରିଛନ୍ତି ।
ଏହାସହ ଭର୍ଚୁଆଲ୍ ମାଧ୍ୟମରେ ଝାରସୁଗୁଡ଼ା ଇଏସ୍ଆଇର ଉପ-ଆଞ୍ଚଳିକ କାର୍ଯ୍ୟାଳୟକୁ ମଧ୍ୟ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ବଳରାମପ୍ରସାଦରେ ୬୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ଚିକିତ୍ସା ସେବା ଆରମ୍ଭ ହେବ ।