ଅମୀରଙ୍କୁ ଉଚ୍ଚ ସ୍ତରୀୟ ସ୍ଵାସ୍ଥ୍ୟ ସେବା ଯୋଗାଇବ ଜିଲ୍ଲା ପ୍ରଶାସନ : ସହଯୋଗ ଟିମ୍ ର ସହଯୋଗ ର ଆଉ ଏକ ପାଦ…

ବାଲିମେଳା ପ୍ରତିନିଧି // ନିସର୍ତ୍ତ ନିୟୁଜ

ବାଲିମେଳା:- ପ୍ରକାଶ ଥାଉ କି ଗତ ବର୍ଷ ବାଲିମେଳା ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାରେ ବାଲିମେଳା ୱାର୍ଡ ନଂ-୦୭ ର ଶ୍ରୀ ଅମୀର ଡାକୁଆ (ବୟସ ୨୫ ବର୍ଷ) ଏକ ସଡ଼କ ଦୁର୍ଘଟଣା ର ସମ୍ମୁଖିନ ହୋଇଥିଲେ ଯେଉଁଥିରେ ଦୁର୍ଭାଗ୍ୟ ବଶତଃ ତାଙ୍କ ଡ଼ାହାଣ ଗୋଡ଼ରେ ଗମ୍ଭୀର ଆଘାତ କାରଣରୁ ଏକ ପ୍ରକାର ଅଚଳ ହୋଇଯାଇଥିଲେ । ପ୍ରାରମ୍ଭିକ ଚିକିତ୍ସା ନିମନ୍ତେ ପ୍ରଥମେ ଚିତ୍ରକୋଣ୍ଡା ଓ ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଯଦିଓ ନିଆ ଯାଇଥିଲା କିନ୍ତୁ ପରେ ଉତ୍ତମ ଧରଣର ଅସ୍ତ୍ରୋପଚାର ନିମନ୍ତେ କୋରାପୁଟ ଚିକିତ୍ସାଳୟକୁ (SLNMCH) ସ୍ତାନାନ୍ତର କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ କିଛି ଦିନ ଅନ୍ତରାଳରେ ପୁଣି ସେଠାରୁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ତ୍ତାନାନ୍ତର କରାଯାଇଥିଲା । ସେଠାରେ ଯଦିଓ ଅସ୍ତ୍ରୋପଚାର ହେଲା କିନ୍ତୁ ତାହା ସଂପୂର୍ଣ୍ଣ ଭାବେ ସଫଳ ହୋଇପାରିନଥିଲା। ପରିବାରର ଆର୍ଥିକ ଅସ୍ଵଚ୍ଛଳ ପରିସ୍ଥିତି ଚିକିତ୍ସାରେ ବାଧକ ସାଜିବା ହେତୁ, ସେଠାରୁ ସେ ଘରକୁ ଫେରି ଆସିଥିଲେ।

ବିଗତ କିଛି ମାସ ଧରି ସ୍ୱାସ୍ଥ୍ୟ ଅବସ୍ଥା ଅଧିକା ସଙ୍କଟାପନ୍ନ ହେବାରୁ ବାଲିମେଳା ସହଯୋଗ ଟିମ୍ ତରଫରୁ ସିମିଳିଗୁଡା ଠାରେ ଆୟୋଜିତ ଏକ ମେଡିକାଲ କ୍ୟାମ୍ପକୁ ଆମିରଙ୍କୁ ନିଆଯାଇଥିଲା। ସେଠାରେ ରାଜସ୍ଥାନରୁ ଆସିଥିବା ଡ଼ାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରିଥିଲେ ଓ ରାଜସ୍ଥାନ (ଉଦୟପୁର)କୁ ପରବର୍ତ୍ତୀ ଚିକିତ୍ସା ପ୍ରକ୍ରିୟା ନିମନ୍ତେ ନେବାକୁ କହିଥିଲେ। ଆର୍ଥିକ ଅଭାବ ଅନଟନ କାରଣରୁ ଅମିର୍ ସେଠାକୁ ଯାଇ ପାରିନଥିବା ସୂଚନା ଯେତେବେଳେ ସହଯୋଗ ଟିମ୍ ନିକଟରେ ପହଞ୍ଚିଥିଲା,ତୁରନ୍ତ ଟିମ୍ ଜରିଆରେ ଅମୀରଙ୍କ ପରିବାର ନିକଟରେ ବାଲିମେଳା ନଗରର କେତେକ ବଦାନ୍ୟ ଵ୍ୟକ୍ତିଙ୍କ ଆର୍ଥିକ ସହଯୋଗ ପହଞ୍ଚିଥିଲା ।

ପରବର୍ତ୍ତୀ ପର୍ଯ୍ୟାୟରେ ସହଯୋଗ ଟିମ୍ ର ଚେଷ୍ଟା କ୍ରମେ, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ରଥ, ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ନାୟକ ଓ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗରେ (SS&EPD) ଥିବା ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା। ଫଳସ୍ୱରୁପ ଗତକାଲି ସାମାଜିକ ସୁରକ୍ଷା ବିଭାଗରେ କାର୍ଯ୍ୟରତ ଥିବା ପରିଚାଳକ ଶ୍ରୀ ଶ୍ରୀକାନ୍ତ କୁମାର ସାହୁ ଙ୍କ ଜରିଆରେ ଅମିରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଯିବା ନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ଅନ୍ୟ ପକ୍ଷରେ ଅମିରଙ୍କ ପ୍ରାରମ୍ଭିକ ତର୍ଜମା ପରେ ଗତ କାଲି ତାଙ୍କୁ AIIMS,ଭୁବନେଶ୍ଵରକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିଚାଳକ ଶ୍ରୀ ସଶାଙ୍କ ପଣ୍ଡିତ୍ରା ପ୍ରତିଶ୍ରୁତି ଦେଇଛନ୍ତି ।

ସେପଟେ ସହଯୋଗ ଟିମ୍ ର ଗୋଟିଏ ପରେ ଗୋଟିଏ ନିଃସ୍ଵାର୍ଥପର ଉଦ୍ୟମକୁ ସଫଳ ରୂପାୟନ କରୁଥିବା ସମାଜସେବୀ ପି.ସରୋଜିନୀ ଚନ୍ଦ୍ରନ୍,ସୁଧାସିନୀ ମହାରଣା,ଦୀପକ ଦାସ,ଟୁକୁଲା ପ୍ରଧାନ ତଥା ନରେଶ ସାମଲଙ୍କୁ ଜନସାଧାରଣରେ ପ୍ରଶଂସା କରାଯାଇଛି । ଏ ନେଇ ଟିମ୍ ର କାର୍ଯ୍ୟକାରୀ ସଭାପତି ପି.ସରୋଜିନୀ ଚନ୍ଦ୍ରନ୍ ପ୍ରତିକ୍ରିୟା ରଖିଛନ୍ତି ଯେ,ଜନ ସାଧାରଣ ହିଁ ସାଧାରଣ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସହଯୋଗ ଟିମ୍ କେବଳ ଏକ ମାଧ୍ୟମ ଏବଂ ଆଗାମୀ ଦିନ ଗୁଡ଼ିକରେ ମଧ୍ଯ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହି ଯାଉଥିବା ପ୍ରତ୍ୟେକ ସମସ୍ୟାକୁ ଲୋକ ଲୋଚନକୁ ଆଣି ସମସ୍ୟା ସମାଧାନ ଦିଗରେ ସହଯୋଗ ଟିମ୍ ଅଙ୍ଗୀକାରବଦ୍ଧ ଥିଲା,ଅଛି ଓ ସବୁଦିନ ପାଇଁ ରହିବ।

nis-ad
Leave A Reply

Your email address will not be published.