କାଲିଠୁ ଅଲାରନାଥରେ ଅନବସର ଦର୍ଶନ

ବ୍ରହ୍ମଗିରି: ମଙ୍ଗଳବାର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଶୀଜିଉଙ୍କୁ ଜ୍ବର ହେବ । ଏହାପରେ ଶ୍ରୀଜିଉ ୧୪ ଦିନ ଧରି ଅଣସର ପିଣ୍ଡିରେ ଗୁପ୍ତ ସେବା ପାଇବେ ।

ଏହି ସମୟରେ ବ୍ରହ୍ମଗିରି ଅଲାରନାଥ ପୀଠ ପାଲଟିଯିବ ଦ୍ବିତୀୟ ଶ୍ରୀକ୍ଷେତ୍ର । ଭକ୍ତମାନେ ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିବେ। ଚତୁର୍ଭୂଜ ନାରାୟଣଙ୍କୁ ଦର୍ଶନ କରିବା ଦ୍ବାରା ଜଗନ୍ନାଥ ଦର୍ଶନର ସମଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଜଗନ୍ନାଥପ୍ରେମୀ ଭକ୍ତମାନେ ଏହି ସମୟରେ ଅଲାରନାଥ ପୀଠକୁ ଛୁଟି ଆସିଥାନ୍ତି ।

ଗତ ଦୁଇ ବର୍ଷ କରୋନା ମହାମାରୀ ପାଇଁ ଭକ୍ତମାନେ ଅନବସର ଦର୍ଶନରୁ ବଞ୍ଚିତ ଥିଲେ । ଚଳିତ ବର୍ଷ ଭକ୍ତମାନେ ଅନବସର ଦର୍ଶନ କରିପାରିବେ । ତେଣୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କିଭଳି ଭକ୍ତମାନେ ଶୃଙ୍ଖଳାରେ ଦର୍ଶନ କରିବେ ସେଥିପାଇଁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ସେବାୟତ ନିଯୋଗ ତରଫରୁ ଅନବସର ଦର୍ଶନର ନୀତି ନିର୍ଘଣ୍ଟ କରାଯାଇଛି। ଭୋର ୪ଟାରେ ଦ୍ବାର ଫିଟା ଯାଇ ମଙ୍ଗଳ ଆଳତୀ, ତଡପଲାଗି, ଅବକାଶ, ବେଶ ପରେ ଗୋପାଳ ବଲ୍ଲଭ ୫ଟା ୩୦ରୁ ୬ଟା ମଧ୍ୟରେ ସରିବା ପରେ ୬ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।

nis-ad
Leave A Reply

Your email address will not be published.