ବଜେଟ ପୂର୍ବରୁ ପରାମର୍ଶ ନେଲେ ଅର୍ଥମନ୍ତ୍ରୀ

ଭୁବନେଶ୍ବର : ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଗତ ବର୍ଷଗୁଡ଼ିକ ପରି ସମାଜର ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ସହିତ ଆଭାସି ମାଧ୍ୟମରେ ପରାମର୍ଶ କରିଛନ୍ତି। ଏହା ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ସମେତ ପୂର୍ବତନ ଅର୍ଥ ସଚିବ ତଥା ଅର୍ଥନୀତିଜ୍ଞମାନେ ଯୋଗ ଦେଇ ସେମାନଙ୍କ ମତାମତ ରଖିଥିଲେ।

ସେହିପରି ଦ୍ବିତୀୟ ଅଧିବେଶନରେ କ୍ଷେତ୍ର ବିଶେଷଜ୍ଞ, ବ୍ୟବସାୟୀ ତଥା ଶି‌େ‌ଳ୍ପାଦ୍ୟୋଗୀଙ୍କ ପ୍ରତିନିଧି, କୃଷି ବିଶେଷଜ୍ଞ, ଶ୍ରମ ସଂଘ ପ୍ରତିନିଧି, ସ୍ତମ୍ଭକାର ତଥା ଏନଜିଓ ପ୍ରତିନିଧି ଯୋଗ ଦେଇଥିଲେ।
ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଏହି ଆଲୋଚନାରେ ଅଂଶ୍ରଗହଣ କରିଥିଲେ। ଏହି ଅବସରରେ ଶ୍ରୀ ଘଡ଼ାଇ କହିଛନ୍ତି, ଆଞ୍ଚଳିକ ବୈଷ୍ଣବବାଦକୁ ଦୂର କରିବା ପାଇଁ ବଜେଟରେ ଆବଣ୍ଟିତ ଅର୍ଥକୁ ଶତ ପ୍ରତିଶତ ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି। ଏହାଦ୍ବାରା ସରକାରୀ ଯୋଜନା ସଫଳ ହେବ ଏବଂ ଓଡ଼ିଶାର ସାମଗ୍ରିକ ବିକାଶ ଘଟିବ। ରାଜ୍ୟରେ ଲ୍ୟାଣ୍ଡବ୍ୟାଙ୍କିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଖଣିଜ ପଦାର୍ଥ ଉପରେ ଲାଗୁ ହୋଇଥିବା ଅତ୍ୟଧିକ ରପ୍ତାନି ଶୁଳ୍କକୁ ତୁରନ୍ତ ହ୍ରାସ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ରପ୍ତାନି ଶୁଳ୍କ ହ୍ରାସ ନ ହେଲେ ଓଡ଼ିଶାର ଆୟ ହ୍ରାସ ପାଇବ ବୋଲି ସେ ଚେତାଇ ଦେଇଛନ୍ତି। ଜୁଲାଇ ୨ରେ ବିଧାନସଭା ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ। ଏଥିରେ ପ୍ରାୟ ୨ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ ଆସିବ ବୋଲି ଅର୍ଥ ବିଭାଗ ପ୍ରସ୍ତୁତିରୁ ଜଣାଯାଇଛି। ଏହାପୂର୍ବରୁ ଗତ ମାର୍ଚ୍ଚ ୩୧ରେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ପ୍ରାୟ ୧ ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରାଯାଇଥିଲା।

nis-ad
Leave A Reply

Your email address will not be published.