ମଝି ଆକାଶରେ ଟଏଲେଟ୍‌ ଭିତରେ ଫସିଗଲେ ପାଇଲଟ୍‌

ନୂଆଦିଲ୍ଲୀ: ବିମାନ ଟଏଲେଟ୍‌ରେ ଫସିଗଲେ ପାଇଲଟ। ବାଜିରେ ଲାଗିଲା କ୍ରୁ ମେମ୍ବର ସମେତ ଯାତ୍ରୀଙ୍କ ଜୀବନ। ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଲା। ଇଜିଜେଟ୍‌ ବିମାନରେ କିଛି ଏଭଳି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି।
ଇଜିଜେଟ୍‌ ବିମାନ ସଂଖ୍ୟା EZY6938 ରବିବାର ଗ୍ରୀସର ହେରାକ୍ଲିଓନରୁ ସ୍କଟଲାଣ୍ଡର ରାଜଧାନୀକୁ ଉଡାଣ ଭରିଥିଲା। ଡେଲିଷ୍ଟାରର ଖବର ମୁତାବକ, ଉଡାଣ ଆରମ୍ଭ ହେବାର କିଛି ସମୟ ପରେ ଏୟାର ଟ୍ରାଫିକିଂ କଣ୍ଟ୍ରୋଲ ଅଧିକାରୀଙ୍କୁ ବିମାନଟିର ଏମରଜେନ୍ସି ଲ୍ୟାଣ୍ଡିଂ ଆବଶ୍ୟକ ବୋଲି ଖବର ଆସିଲା। ହଠାତ ‌ଏଭଳି ବାର୍ତ୍ତା ମିଳିବା ପରେ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ଭାବିଥିଲେ ଏୟାର ଟ୍ରାଫିକ କଣ୍ଟ୍ରୋଲ ଅଧିକାରୀ। ହେଲେ ପରେ ପ୍ରକୃତ କାରଣ ଜଣାପଡ଼ିଥିଲା।
ପ୍ରକୃତରେ ବିମାନର ପାଇଲଟ ଶୌଚାଳୟକୁ ଯାଇଥିଲେ। ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ସେ ଆଉ ବାହାରକୁ ଆସି ପାରିନଥିଲେ। ଏହି ଖବର ଯାତ୍ରୀଙ୍କୁ କ୍ରୁ ମେମ୍ବର ଜଣାଇବା ପରେ ସେମାନଙ୍କ ମଧ୍ୟରେ ଛନକା ପଶିଯାଇଥିଲା। କିଛି ସମୟ ଧରି ପାଇଲଟ ବାହାରକୁ ନଆସିବାରୁ ଅନ୍ୟ ପାଇଲଟ ଜଣଙ୍କ ବିମାନର ଜରୁରୀକାଳୀନ ଅବତରଣ କରାଇବାକୁ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ମେସେଜ ପଠାଇଥିଲେ। ସେମେଜ ମିଳିବା ପରେ ବିମାନବନ୍ଦରରେ ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇଥିଲା। ଏଡିନବର୍ଗ ବିମାନ ବନ୍ଦରରେ ବିମାନଟିର ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ଲଗାତାର ୧୩ଘଣ୍ଟା କାମ କରିଥିବାରୁ କ୍ୟ‌ାପଟେନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ବୋଲି କୁହାଯାଉଛି।

nis-ad
Leave A Reply

Your email address will not be published.