ସୁନ୍ଦରମାଧବ ବେଦ କର୍ମକାଣ୍ଡ ଵିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ (୧୨।୬) : ହିଞ୍ଜିଳିକାଟୁ ମହର୍ଷି ଵେଦଵ୍ୟାସ ସାଂସ୍କୃତିକ ବିଦ୍ୟା ପରିଷଦ ୱାଲଫେର ଟ୍ରଷ୍ଟ ତରଫରୁ ପରିଚାଳିତ ସୁନ୍ଦର ମାଧବ ବେଦକର୍ମକାଣ୍ଡ ଵିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ରବିଵାର ହିଞ୍ଜିଳିକଟୁ ପୌରପାଳିକା ଅନ୍ତର୍ଗତ ପିରାମଚନ୍ଦ୍ରପୁର ସ୍ଥିତ ନବ ନିର୍ମିତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଟ୍ରଷ୍ଟର ସମସ୍ତ ପୁରୋହିତ, ବ୍ରାହ୍ମଣ ସମାଜର ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ।ମହର୍ଷି ଵେଦଵ୍ୟାସ ସାଂସ୍କ୍ରୁତିକ ବିଦ୍ୟାପରିଷଦର ସଭାପତି ସଙ୍କର୍ଷଣ ପାଠୀ ଙ୍କ ତତ୍ବାଵଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ପଲେଈ ଯୋଗଦେଇଥିବା ବେଳେ ସମ୍ନାନିତ ଅତିଥି ଭାବେ ହିଞ୍ଜିଳିକାଟୁ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ବିଶିଷ୍ଟ ଅତିଥି ଭାବେ ପ୍ରମୋଦ କୁମାର ପଣ୍ଡା, ମୁଖ୍ୟ ବକ୍ତା ଭାବେ କଚୁଂରୁ ମହନ୍ତ ହରିହର ଦାସ ଓ ମୁଖ୍ୟ ସଂଯୋଜକ ଭାବେ ହିଞ୍ଜିଳିକାଟୁ ପୌରପରିଷଦ ପୁର୍ବତନ ଉପାଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଯୋଗଦେଇ ପ୍ରଦ୍ଵିପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।

ଟ୍ରଷ୍ଟର ସମ୍ପାଦକ ପଣ୍ଡିତ ଦିପ୍ତିରଞ୍ଜନ ମହାପାତ୍ର ସ୍ବାଗତ ଭାଷଣ ଦେବା ସହ ଅଦିଥି ପରିଚୟ ପ୍ରଦାନ କରିଥିଲେ। ପଣ୍ଡିତ ବଦ୍ରୀନାଥ, ଇତିତୋଷ, ତପନ ଓ ଅମ୍ଵିକା ବେଦପାଠ କରିବା ସହ ବିଦ୍ୟାଳୟ ର ସମସ୍ତ ଗୁରଜନ ଓ ସଦସ୍ୟ ଓଛାତ୍ର ମାନେ ସାମୁହିକ ବେଦ ପାଠ ପଢିଥିଲେ। ପି ରାମଚନ୍ଦ୍ରପୁର ଗ୍ରାମରେ ବେଦ ପାଠରେ ଅଚଂଳ ଭକ୍ତି ମେୟ ପରିବେଶ ସୃଷ୍ଟି ହୋଇଥିଲା। ଶେଷରେ ପଣ୍ଡିତ ଇତିତୋଷ ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଟ୍ରଷ୍ଟର ସମ୍ପାଦକ ଦିପ୍ତୀରଞ୍ଜନ ମହାପାତ୍ର ସମୁହ ବେଦ ମନ୍ତ୍ର ଉଚ୍ଚାରଣ କରି ଥିବା ବେଳେ ସଂଘର ଉପସଭାପତି ଶିଵରାମ ପାଠୀ, ସହ ସମ୍ପାଦକ ଶିଵ ପ୍ରସାଦ ପାଠୀ, ସଦସ୍ୟ ବଦ୍ରୀନାଥ ସାବତ, ପ୍ରଶାନ୍ତ ପାଠୀ, ମନୋଜ ପାଠୀ, ତପନ କୁମାର ପାଠୀ, ଅଶୋକ ସତପଥୀ, ଶରତ ତ୍ରିପାଠୀ, ଅମରେନ୍ଦ୍ର ଶତପଥୀ, ଅମ୍ଵିକା ପ୍ରସାଦ ପାଠୀ, ଇତିତୋଷ ପାଠୀ ପ୍ରମୁଖ ପୂଜାର୍ଚ୍ଚନା ରେ ସହଯୋଗ କରିଥିଲେ। ସମସ୍ତ ପରିବାର ଏହି କାର୍ଯ୍ୟକ୍ରମ ସଫଳତାର ସହ ସପନ୍ନ ହେବା ପରେ ଜନସାଧାରଣ ମହର୍ଷି ବ୍ୟାସଦେବ ସାଂସ୍କୃତିକ ବିଦ୍ୟାପରିଷଦ ଓ ୱାଲଫେର ଟ୍ରଷ୍ଟ ର ସମସ୍ତ ଗୁରଜନ ଓ ସଦସ୍ୟ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।ଗତ ମାର୍ଚ୍ଚ ମାସରେ ଟ୍ରଷ୍ଟର ମହର୍ଷି ବ୍ୟାସଦେବ କର୍ମକାଣ୍ଡ ଵିଦ୍ୟାଳୟରେ ୧୫ ବର୍ଷରୁ ୨୧ ଵର୍ଷ ପିଲାଙ୍କୁ ମାଗଣା ଶିକ୍ଷାଦାନ ନିମନ୍ତେ ମାଗଣା ଆଡମିସନ କରିଥିଲେ। ଆସନ୍ତା ବର୍ଷ ମଧ୍ୟ ଟ୍ରଷ୍ଟ ପକ୍ଷରୁ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପରିଷଦର ସମ୍ପାଦକ ଦିପ୍ତିରଞ୍ଜନ ମହାପାତ୍ର କହିଛନ୍ତି।

nis-ad
Leave A Reply

Your email address will not be published.