କନ୍ଧମାଳ : ଏସଓଜି ଓ ଡ଼ିଭିଏଫ ଯବାନଙ୍କ ମାଓବାଦି କ୍ୟାମ୍ପ ଉପରେ ଚଢ଼ାଉ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ…

ଫୁଲବାଣୀ : କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦେଶରେ ଏସଓଜି ଓ ଡ଼ିଭି ଏଫ ଯବାନଙ୍କ ମିଳିତ ସହଯୋଗରେ ଗୋଛା ପଡା ଥାନା ଅନ୍ତର୍ଗ୍ରତ ଶାସିକେତା ଜଙ୍ଗଲରେ ମାଓବାଦି କ୍ୟାମ୍ପ ଉପରେ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରଵାଲା ସୂଚନା ଦେଇଛନ୍ତି l ଜବତ ସାମଗ୍ରି ମଧ୍ୟରେ ରହିଛି ମେଡିସିନ, ବିଦ୍ୟୁତ ତାର, ମାଓ ପୋଷାକ, ଜିଲୋଟିନ, ଛୁରୀ, ଇନଶlସ ମେଗାଜିନ, ଚଷମା, ଆଦି ଜିନିଷ ପତ୍ର ମାନ ଥିବା ଏସପି ଅଗ୍ରୱାଲ କହିଛନ୍ତିl ସେଠାରେ କେ. କେ ବିଏନ ଡ଼ିଭିଜନ ମାଓବାଦୀମାନେ କ୍ୟାମ୍ପ କରିଥିବାର ସୂଚନା ଦେଇଥିଲେ ଏସପି l ସେହିପରି ଗତ ମେ ମାସ ୨୨ରେ ଛତିଶଗଡ଼ ବିଜେପୁର ଜିଲା ଅନ୍ତର୍ଗତ ଵାସା ଗୁଡାଥାନା ଅନ୍ତର୍ଗତ ଡ଼ାଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡ କୋର ମାଓବାଦୀଓ ଏରିଆ କମିଟି ସଦସ୍ୟ ଏସପି ଭିନୀତ ଅଗ୍ରୱାଲ ଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା l ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଅଶୋକ ହିଂସା ପରିତ୍ୟାଗ କରି ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା କହିଥିଲା । ସରକାରଙ୍କ ଲୋଭନୀୟ ପେକେଜ ପ୍ରତି ଆକର୍ଷିତ ହେଇ ଦିନକୁଦିନ ମାଓବାଦୀ ମାନେ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରୁଥିବା ଦେଖାଯାଉଛି lଏଥି ସହିତ ସି ଆରପିଏଫ ବାଟା ଲିଆନଙ୍କ ଦ୍ଵାରା ମଧ୍ୟ ମାଓବାଦୀ ପ୍ରବଣ ଅଞ୍ଚଳରେ ବିଭିନ୍ନ ସାମଗ୍ରୀ ଯଥା ସୋଲାର ଲାଇଟ, ନିତ୍ୟ ବ୍ୟବହାର ସାମଗ୍ରୀ ବଣ୍ଟନ କରାଯାଇ ସେମାନେ ଯେପରି ମାଓବାଦୀଙ୍କ ପ୍ରଲୋଭନ ରେ ପ୍ରଭାବିତ ନହେବେ ସେଥିପାଇଁ ସବୁ ପ୍ରକାର ସୁବିଧା ଯୋଗାଇ ଦେବା ସହ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କୁ ପ୍ରଚାର ପ୍ରସାର କରାଯାଉଛି।

nis-ad
Leave A Reply

Your email address will not be published.