ମାଲକାନଗିରି ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ରିଲାଏନ୍ସ ବସ ଦୁର୍ଘଟଣା…

ମାଲକାନଗିରି : ମାଲକାନଗିରି ରୁ ଭୁବନେଶ୍ୱର ଯାଉଥିବା ରିଲାଏନ୍ସ ବସ ଆଜି ସକାଳେ ଜାତୀୟ ରାଜପଥ ରମ୍ଭା ନିକଟରେ ଦୁର୍ଘଟଣା ଗ୍ରସ୍ତ ହେଇଛି । ବସଯାତ୍ରୀଙ୍କ ସୂଚନା ମୁତାବକ ଆଜି ସକାଳ ସମୟ ୬ଘଟିକା ସମୟରେ ବସ ଟି ରାସ୍ତା ପାର୍ଶ୍ଵ ରେ ଥିବା ସିମେଣ୍ଟ ଡିଭାଇଡ଼ର ରେ ଧକ୍କା ହେବାସହ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ପ୍ରାୟ ୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ମାନେ ସୁରକ୍ଷିତ ରହିଥିବା ଖବର ମିଳିଛି । ଦୁର୍ଘଟଣା ଘଟିବାର ମାତ୍ର ୧୫ମିନିଟ ସମୟରେ ମଧ୍ୟରେ ଆମ୍ବୁଲାନ୍ସ ପହଁଚିବା ସହ ଆହତ ମାନଙ୍କୁ ଅଧିକ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟ ନେଇଥିଲା । କେଉଁ କାରଣ ଯୋଗୁଁ ଦୁର୍ଘଟଣା ଘଟିଲା ତାହାର ସଠିକ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ଯାତ୍ରୀମାନେ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.