ଦୁଇ ଦୁଷ୍କର୍ମକାରୀଙ୍କୁ ଜୀବନ୍ତ ଜାଳିଦେଲେ ଗାଁ ଲୋକେ, ଜଣେ ମୃତ

ରାଞ୍ଚି: ଫଇସଲା ଅନ୍‌ ଦା ସ୍ପଟ୍‌। ଦୁଇ ଦୁଷ୍କର୍ମକାରୀଙ୍କୁ ଗାଁ ଲୋକେ ଦେଲେ ଦଣ୍ଡ। ବିଚ୍‌ ରାସ୍ତାରେ ଠିଆ କରି ଅଭିଯୁକ୍ତଙ୍କୁ ଜୀବନ୍ତ ଜାଳି ଦେଲେ। ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ଗୁମଲା ଜିଲ୍ଲାରେ।
ଝଡଖଣ୍ଡ ଗୁମଲା ଜିଲ୍ଲାର ସଦର ଥାନା ଇଲାକାର ଏକ ଗାଁ ବସୁଆ ଅମ୍ବାଟୋଲି। ଏଠିକାର ଗ୍ରମାବାସୀ ଦୁଷ୍କର୍ମ କରିଥିବା ୨ ଅଭିଯୁକ୍ତଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି। ଗାଡି ସହ ବାନ୍ଧି ଦୁଇ ଅଭିଯୁକ୍ତଙ୍କ ଦେହରେ ନିଆଁ ଲଗାଦେଇଛନ୍ତି। ଏଥିରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି। ଅନ୍ୟଜଣେ ଅଭିଯୁକ୍ତର ଅବସ୍ଥା ସଙ୍କଟାପନ୍ନ ରହିଛି। ଗୁରୁତରକୁ ପୁଲିସ ଉଦ୍ଧାର କରି ହସ୍ପିଟାଲ ପଠାଇଛି। ସେଠାରୁ ତାକୁ ରିମ୍ସକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ, ଗାଁର ଜଣେ ଯୁବତୀ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁଇ ଯୁବକ ସୁନିଲ ଉରାମ୍ବ ଓ ଆଶୀଷ କୁମାର ମିଶି ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ମା’ ଆସି ଗାଁରେ ଏହା କହିବା ପରେ ଗାଁଲୋକେ ତାତି ଉଠିଥିଲେ। ପରେ ବୁଧବାର ବିଳମ୍ବିତ ରାତିରେ ବାଇକ୍‌ ସମେତ ଦୁଇଜଣ ଅଭିଯୁକ୍ତଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ପୁଲିସର କହିବା ମୁତାବକ, ଘଟଣାରେ ସୁନୀଲ ଉରାମ୍ବର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଆଶିଷର ଅବସ୍ଥା ଗୁରୁତର ରହିଛି । ସେପଟେ ଏହି ଘଟଣାକୁ ନେଇ ପୂରା ଗାଁରେ ଉତ୍ତେଜନା ଲାଗି ରହିଛି। ଆଗକୁ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ଗାଁରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

nis-ad
Leave A Reply

Your email address will not be published.