ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ

ଭୁବନେଶ୍ୱର: ତାତି ଭିତରେ ଆହୁରି ଦରଦୀ ତଥା ଯନ୍ତ୍ରଣାଯୁକ୍ତ ଖବର ସାମନାକୁ ଆସିଛି । ତାହା ହେଲା ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ । ଏନେଇ ଆଇଏମଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି । 

ସେ କହିଛନ୍ତି ଯେ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳକୁ ମୌସୁମୀ ଛୁଇଁଲାଣି । ଦକ୍ଷିଣ ଭାରତରେ ବି ମୌସୁମୀର ଅଗ୍ରଗତି ଉତ୍ସାହଜନକ ରହିଛି । ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ ମୌସୁମୀ ଛୁଇଁନପାରେ । ୧୨ କିମ୍ବା ୧୩ ତାରିଖ ପୂର୍ବରୁ ମୌସୁମୀ ଓଡ଼ିଶା ଆସିବା ସମ୍ଭାବନା ନାହିଁ ।

ରଜରେ ଓଡ଼ିଶାକୁ ମୌସୁମୀ ଆସିବା ନେଇ ଆକଳନ ହୋଇନାହିଁ । ରଜରେ ଓଡ଼ିଶାରେ ବର୍ଷା ହେବ କି ନାହିଁ ୧୧ ତାରିଖ ସୁଦ୍ଧା ଜଣାପଡ଼ିବ ବୋଲି ଆଇଏମଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟକୁ ମୌସୁମୀ ପହଞ୍ଚିବା ବିଳମ୍ବ ହେଉଥିବା ବେଳେ କଲବଲ କରୁଛି ପ୍ରଚଣ୍ଡ ଖରା। ୨ ଦିନ ଖରା ତାତିରୁ ମଳିବିନି ଆଶ୍ବସ୍ତି। ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ଥବ୍ୟସ୍ଥ କରିବେ ବୋଲି ଅନୁମାନ କରାଯାଇଛି। ପ୍ରଚଣ୍ଡ ଖରା ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟର ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୮ ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ସୋନପୁର, ବରଗଡ, ବଲାଙ୍ଗିର, ନୂଆପଡା, ବୌଦ୍ଧ, ଝାରସୁଗୁଡା ଏବଂ କଳାହାଣ୍ଡି । ଏହି ଜିଲ୍ଲାଗୁଡିକରେ ଦିନ ୧୧ଟାରୁ ଦିନ ୩ ଟା ମଧ୍ୟରେ ଯଥାସମ୍ଭବ ଯାତାୟାତରୁ ନିବୃତ ରହିବା ପାଇଁ ପରାମର୍ଶ ଜାରି କରାଯାଇଛି ।

nis-ad
Leave A Reply

Your email address will not be published.