ସରକାରୀ ଜାଗା ଦଖଲକୁ ନେଇ ଆଦିବାସୀ ଓ ବଙ୍ଗାଳିଙ୍କ ମଧ୍ୟରେ ଵିଵାଦ : ୩୨୬ ରାଜପଥ ଅବରୋଧ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମ ଭି ୧୨୬ ଗ୍ରାମ ମୁଖ୍ୟ ସଡ଼କ ଉପରେ ଥିବା ସରକାରୀ ଜାଗା ଦଖଲକୁ ନେଇ କିଛିଦିନ ତଳେ ହେଇଥିବା ଵିଵାଦ କୁ କେନ୍ଦ୍ର କରି ଆଜି କିଛି ବଙ୍ଗୀୟ ଲୋକ ରାସ୍ତା ରୋକ କରିଛନ୍ତି । ଘଟଣା ରୁ ପ୍ରକାଶ ଜାତୀୟ ରାଜପଥ ଶଲଗ୍ନ ଏମ ଭି 126 ଗ୍ରାମଟି ନାଲାଗୁଣ୍ଠି ପଞ୍ଚାୟତ ଜାକଲଗୁଣ୍ଡି ଗ୍ରାମର ସୀମା ହୋଇ ଥିବାବେଳେ କିଛି ବର୍ଷ ହେବ କିଛି ବଙ୍ଗୀୟ ପରିବାର ଦୋକାନ ବଜାର କରି ରହୁଥିଲେ ।ମାଲକାନଗିରି ଠାରୁ ଆନ୍ଦ୍ରପ୍ରଦେଶକୁ ସଂଯୋଗ ଓ ଦିନକୁ ଦିନ ଅଧିକ ବସ, ଟ୍ରକ ଯତାୟତ ଯୋଗୁଁ ଛକଟି ବ୍ୟବସାୟୀକ ସ୍ଥଳ ପଲଟିବାରୁ ଏହି ଜାଗର ମହତ୍ତ୍ୱ ବଢିବା ସହ ବିଭିନ୍ନ ଲୋକ ଏଠାରେ ବାସଗୃହ ତଥା ଦୋକାନ କରିବାପାଇଁ ଜାଗା ଦଖଲକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।କିଛିଦିନ ତଳେ ଏହି ଜାଗାରେ ଜାକଳଗୁଣ୍ଡି ଗ୍ରାମର କିଛି ଲୋକ ନାଲି ପତକା ଲଗାଇ ଜାଗାକୁ ଦଖଲ କରିବାକୁ ଉଦ୍ୟମ କରିଥିଲେ ଯାହାକୁ ନେଇ ଆଜି ସଖାଳେ ଉତ୍ତେଜନା ପ୍ରକାଶ ପାଇବା ସହ 326 ନମ୍ବର ରାଜପଥକୁ ଟାଏର ଜାଳି ଅବରୋଧ କରିଥିଲେ ଯାହାଫଳରେ ରାସ୍ତାର ଦୁଇ ପାଶ୍ୱରେ ଗାଡ଼ି ମଟରର ଜାମ ଦେଖିବାକୁ ମିଳିଥିଲା l ଘଟଣାସ୍ଥଳରେ ପୋଲିସ ପହଁଚି ଲୋକଙ୍କୁ ବୁଝା ସୁଝା କରିବା ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା l ଖବର ଲେଖାଯିବା ସମୟରେ କାଲିମେଳା ଵି ଡି ଓ ଏବଂ କାଲିମେଳା ତହସିଲଦାର ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରି ଘଟଣାର ସମାଧାନ କରିବାକୁ ଚେଷ୍ଟା ଚଳାଇଛନ୍ତି l ପୋଲିସ ପ୍ରଶାସନ ଏଥିପ୍ରତି ନଜର ରଖିଥିବା ଜଣା ପଡିଛି, ସୂଚନା ଥାଉକି ୨00୨ ମସିହା ରେ ଏହି ଭଳି ଜମି ବିବାଦ ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳ ରେ ଆଦିବାସୀ ଓ ବଙ୍ଗାଳି ସମ୍ପ୍ରଦାୟ କୁ ନେଇ ଉଗ୍ର ରୂପ ନେଇ ଥିଲା ଯାହାକି ସମଗ୍ର ଓଡିଶା ରାଜନୀତି କୁ ଦୋହଳାଇ ଦେଇଥିଲା, ତେଣୁ ଜିଲ୍ଲା ପ୍ରଶାସନ ଏହାକୁ ଏହି ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ସୂଚନା ମିଳିଛି…

nis-ad
Leave A Reply

Your email address will not be published.