ଜ୍ଞାନବାପୀ ମସଜିଦ ଭିଡିଓ ସର୍ଭେ: ବିଚାରପତିଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଜ୍ଞାନବାପୀ ମସଜିଦକୁ ନେଇ ଥମୁନି ବିବାଦ। ଭିଡିଓ ସର୍ଭେ ପରେ ଏଠାରେ ଶିବଲିଙ୍ଗ ଥିବା ଅନେକ ହିନ୍ଦୁ ପକ୍ଷ ଦାବି କରୁଛନ୍ତି। ସେମାନେ ମୁସଲିମ ପକ୍ଷ କିନ୍ତୁ ଏହାକୁ ମନା କରୁଛନ୍ତି। ଏହାରି ଭିତରେ ମସଜିଦର ଭିଡିଓ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିବା ବିଚରପତିଙ୍କୁ ମିଳିଛି ହତ୍ୟା ଧମକ। ଏକ ହାତ ଲିଖିତ ଧମକପୂର୍ଣ୍ଣ ଚିଠି ପାଇଛନ୍ତି ବୋଲି ବିଚାରପତି ରବି କୁମାର ଦିବାକର ଉତ୍ତର ପ୍ରଦେଶ ସରକାରୀ କର୍ତ୍ତୃପକ୍ଷମାନଙ୍କୁ କହିଛନ୍ତି।
ଗୃହ ବିଭାଗର ଅତିରିକ୍ତ ସଚିବ, ପୁଲିସ ମହାନିର୍ଦେଶକ ଏବଂ ବାରାଣସୀ ପୁଲିସ କମିସନ୍‌ରେଟ୍‌ଙ୍କୁ ଦିବାକର କହିଛନ୍ତି, ସେ ପୋଷ୍ଟରେ ପାଇଥିବା ଚିଠିଟି ‘ଇସ୍‌ଲାମିକ୍‌ ଆଗଜ୍‌ ଆନ୍ଦୋଳନ’ ତରଫରୁ କାଶିଫ୍‌ ଅହମଦ୍‌ ସିଦ୍ଦିକି ଲେଖିଥିବା ପରି ମନେହେଉଛି। ବିଚାରପତି ଉକ୍ତ ଚିଠିଟି ପାଇଛନ୍ତି। ଏନେଇ ବାରାଣସୀ ପୁଲିସ୍‌ କମିସନର୍‌ ଏ. ସତୀଶ ଗଣେଷ କହିଛନ୍ତି।
ସେପଟେ ଡେପୁଟି ପୁଲିସ କମିସନର୍‌ ବରୁଣ ଏହି ଘଟଣାର ତଦନ୍ତ କରୁଛନ୍ତି। ବିଚାରପତିଙ୍କ ସୁରକ୍ଷା ନିମ‌ନ୍ତେ ୯ଜଣ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସେପଟେ ଉକ୍ତ ଧମକପୂର୍ଣ୍ଣ ଚିଠିର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଚିଠିରେ ଉଲ୍ଲେଖ ଅଛି, ‘ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ କରାଯାଇଥିବା ସର୍ଭେ ସାଧାରଣ ପ୍ରକ୍ରିୟା ବୋଲି ଆପଣ ମନ୍ତବ୍ୟ ଦେଇଛନ୍ତି। ଆପଣ ଜଣେ ମୂର୍ତ୍ତି ପୂଜକ ଅଟନ୍ତି। ଆପଣ ମସ୍‌ଜିଦ୍‌କୁ ମନ୍ଦିର ବୋଲି ଘୋଷଣା କରିବେ। ଜଣେ ହିନ୍ଦୁ ବିଚାରପତିଙ୍କ ଠାରୁ କୌଣସି ମୁସଲମାନ ଉଚିତ ନ୍ୟାୟ ପାଇବେ ନାହିଁ।’
ସୂଚନାଯୋଗ୍ୟ, ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ଭିଡିଓଗ୍ରାଫି ସର୍ଭେ କରିବା ପାଇଁ ଏପ୍ରିଲ୍‌ ୨୬ ତାରିଖ ଦିନ ସିନିୟର୍‌ ଡିଭିଜନ୍‌ର ‘ସିଭିଲ୍‌ ଜଜ୍‌’ ଦିବାକର ନିର୍ଦ୍ଦେଶ ଦେଇଥିଲେ। ମେ ୧୯ରେ ଉକ୍ତ ସର୍ଭେର ରିପୋର୍ଟ ଅଦାଲତରେ ଦାଖଲ କରାଯାଇଥିଲା।
ଗତ ମାସରେ ଜ୍ଞାନବାପୀ ମସଜିଦର ଶୃଙ୍ଗାର ଗୌରୀ ପରିସହରର ଭିଡିଓ ସର୍ଭେକ୍ଷଣ ସମୟରେ ଏକ ଶିବଲିଙ୍ଗ ମିଳିଥିବା ହିନ୍ଦୁ ପକ୍ଷ ଦାବି କରିଛନ୍ତି। କିନ୍ତୁ ମୁସଲିମ ପକ୍ଷ ଏହାକୁ ଖଣ୍ଡନ କରିଛନ୍ତି। ପ୍ରକୃତରେ ବଜୁଖାନା ପାଖରେ ଥିବା ଏକ ଫାଉଣ୍ଟେନ୍‌ର ଅଂଶ, ଯାହାର ବ୍ୟବହାର ନମାଜ ପଢ଼ିବା ପୂର୍ବରୁ କରାଯାଉଥିଲା ବୋଲି ମୁସଲିମ ପକ୍ଷ କହୁଛି।

nis-ad
Leave A Reply

Your email address will not be published.