ନୂପୁରଙ୍କ ଜିଭ କାଟି ଆଣିଲେ ମିଳିବ କୋଟିଏ ଟଙ୍କା

ନୂଆଦିଲ୍ଲୀ: ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାକୁ ନେଇ ଲଗାତର ବିବାଦ ବଢ଼ିବାରେ ଲାଗିଛି। ଚାରିଆଡେ ଏହାକୁ ଜୋରଦାର ବିରୋଧ କରାଯାଉଛି। ଏହାରି ଭିତରେ ନୂପୁର ଜିଭ କାଟି ଆଣିଲେ ଏକ କୋଟି ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି। ଏଭଳି କିଛି ଘୋଷଣା କରିଛି ଭୀମ ସେନା।
ଭୀମ ସେନା ମୁଖ୍ୟ ନବାବ ସତପାଲ ତମ୍ବର ବୁଧବାର ଯିଏ ନୂପୁରଙ୍କ ଜିଭ କାଟି ଆଣିବ ତାଙ୍କୁ ଏକ କୋଟି ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଏଥିସହ କାନପୁର ହିଂସାର ନୂପୁର ଶର୍ମା ମାଷ୍ଟର ମାଇଣ୍ଡ ବୋଲି ଭୀମ ସେନା ଅଭିଯୋଗ କରିଛି।
ଭୀମ ସେନାର ପ୍ରତିଷ୍ଠାତା ତଥା ଜାତୀୟ ସଭାପତି ନବାବ ସତପାଲ ତମ୍ବର ଅଭିଯୋଗ କରିଛନ୍ତି ଯେ ନୂପୁର ଶର୍ମା ଧର୍ମକୁ ଅପମାନିତ କରିଛନ୍ତି, ସେ ମୁସଲମାନ ସମ୍ପ୍ରଦାୟର କୋଟି କୋଟି ଲୋକଙ୍କୁ କ୍ଷତି ପହଞ୍ଚାଇଛନ୍ତି। ମୋଦି ସରକାର ଜାଣିଶୁଣି ନୂପୁର ଶର୍ମାଙ୍କୁ ଗିରଫ କରୁନାହାଁନ୍ତି। ନୂପୁର ଶର୍ମା କାନପୁର ଦଙ୍ଗାର ପ୍ରକୃତ ମାଷ୍ଟରମାଇଣ୍ଡ, ତେବେ ଯୋଗୀ ସରକାର ତାଙ୍କୁ କାହିଁକି ଗିରଫ କରିନାହାଁନ୍ତି ବୋଲି ତମ୍ବର ଯୋଗୀ ସରକାରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ସତପାଲ ତମ୍ବର କହିଛନ୍ତି, ‘ନୂପୁର ଶର୍ମାଙ୍କ ଭଳି ନେତାଙ୍କୁ ସମାଜରେ ରହିବାର କୌଣସି ଅଧିକାର ନାହିଁ। ତାଙ୍କୁ ତରନ୍ତ ଜେଲ୍‌ ପଠାଇବା ଉଚିତ। ତାଙ୍କ ଦେଶରୁ ବାହାର କରିଦେବା ଉଚିତ। ନୂପୁରଙ୍କ ଏହି ଆପତ୍ତିଜନକ ଟିପ୍ପଣୀ ଯୋଗୁ ଭାରତ ସମଗ୍ର ବିଶ୍ୱରେ ବଦନାମ ହେଉଛି।’

nis-ad
Leave A Reply

Your email address will not be published.