ବାଲେଶ୍ଵର ମାଛ ବ୍ୟବସାୟୀଙ୍କ ହତ୍ୟାକାଣ୍ଡ ଘଟଣାରେ ୭ ଗିରଫ

ବାଲେଶ୍ଵର: ଚାନ୍ଦିପୁର ଅଞ୍ଚଳ ମାଛ ବ୍ୟବସାୟୀଙ୍କ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୭ ଗିରଫ । ସେମାନଙ୍କ ନିକଟରୁ ୧୧ଟି ମୋବାଇଲ, ୪ଟି ବାଇକ ଓ ଛୁରୀ ଜବତ କରିଛି ପୋଲିସ । ତେବେ ବାଲେଶ୍ଵରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଉଥିବାବେଳେ ପୋଲିସ ପାଟ୍ରୋଲିଂ ଉପରେ ଗୁରୁତ୍ବ ଦେବାସହ ସହରର ବିଭିନ୍ନ ସ୍ଥାନରେ ଖରାପ ଥିବା ସିସିଟିଭି ତୁରନ୍ତ ମରାମତି ଦିଗରେ ଦୃଷ୍ଟି ଦିଆଯାଉଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ପୂର୍ବାଞ୍ଚଳ ଆଇଜି ଓ ବାଲେଶ୍ବର ଏସପି ।

ଗତ ୪ ତାରିଖରେ ସୁନାହାଟ ଅଞ୍ଚଳର ସତ୍ୟଶିବ ଦାସ ନାମକ ମାଛ ବ୍ୟବସାୟୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ସତ୍ୟଶିବ ନିଜର ଚାନ୍ଦିପୁରସ୍ଥିତ ମାଛ ଫାର୍ମରୁ ଫେରୁଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ । ଘଟଣାକୁ ଗୁରୁତର ସହ ନେଇ ଏସପିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । କିଛି ଅପରାଧୀଙ୍କୁ ପୋଲିସ ପଶ୍ଚିମବଙ୍ଗରୁ ଗିରଫ କରିଥିବା ଆଇଜି ସୂଚନା ଦେଇଛନ୍ତି ।

ଗିରଫ ଅଭିଯୁକ୍ତମାନେ ହେଲେ ଗୋବିନ୍ଦ ସ୍ବାମୀ, ଶିବ ପ୍ରସାଦ ଜେନା, ପ୍ରେମାନନ୍ଦ ମଲ୍ଲିକ, ପ୍ରଶାନ୍ତ କୁମାର, ଶୁଭାଶିଷ ଦାସ, ନବ ରାୟ ଓ ଭବାନୀ ଶଙ୍କର ସାହୁ । ଏମାନଙ୍କ ମଧ୍ୟରୁ ନବ ରାୟ ଓ ଗୋବିନ୍ଦ ସ୍ବାମୀ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି । ତେବେ ଏହି ହତ୍ୟାକାଣ୍ଡ ବ୍ୟବସାୟ ଶତ୍ରୁତା ଓ ଜମି କିଣାବିକା ସହ କିଛି ବ୍ୟକ୍ତିଗତ ଶତ୍ରୁତାରୁ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ପ୍ରକାଶ କରିଥିଲା ।

nis-ad
Leave A Reply

Your email address will not be published.