ଉଦଘାଟନ ବେଳେ ଭୁଶୁଡିଲା ବ୍ରିିଜ୍, ପତ୍ନୀଙ୍କ ସହ ନାଳକୁ ଖସିପଡ଼ିଲେ ମେୟର

ନୂଆଦିଲ୍ଲୀ: ଉଦଘାଟନ ବେଳେ ଭୁଶୁଡିଲା ବ୍ରିିଜ୍। ପତ୍ନୀଙ୍କ ସହ ନାଳକୁ ଖସିପଡ଼ିଲେ ମେୟର। ଏକ ସେତୁ ଉଦଘାଟନ ପାଇଁ ମେୟର ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚିଥିଲେ। ଯେତେବେଳେ ସେମାନେ ଏହି ବ୍ରିଜ ଉପରକୁ ଚଢ଼ିଥିଲେ, ସେତେବେଳେ ବ୍ରିିଜଟି ଭାଙ୍ଗିଯାଇଥିଲା। ଏହା ଫଳରେ ମେୟରଙ୍କ ସମେତ ବ୍ରିଜ ଉପରେ ଥିବା ପ୍ରାୟ ୨୪ ଜଣ ଲୋକ ନାଳକୁ ଖସି ପଡ଼ିଥିଲେ। ଏହି ଘଟଣା ସମୟର ଏକ ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି।
ଘଟଣାଟି ଘଟିଛି ମେକ୍ସିକୋର କୁର୍ନିବାକାରେ। ସହରର ମେୟର ନଦୀ ଉପରେ ନିର୍ମାଣ ହୋଇଥିବା ଫୁଟ ଓଭରବ୍ରିଜ୍ ଉଦଘାଟନ କରିବାକୁ ପହଞ୍ଚିଥିଲେ। ତାଙ୍କ ସହ ଥିଲେ ତାଙ୍କ ପତ୍ନୀ ଓ କିଛି ଅଧିକାରୀ। କାଠ ନିର୍ମିତ ବ୍ରିଜକୁ ମୋଟା ଚେନ ସାହାଯ୍ୟରେ ଝୁଲା ଯାଇଥିବା ବେଳେ ଲୋକେ ଏହା ଉପରକୁ ଚଢ଼ିଯିବାରୁ ଚେନଟି ଛିଡ଼ି ଯାଇଥିଲା। ଏହା ଫଳରେ ବ୍ରିଜ ଉପରେ ଥିବା ମେୟର, ତାଙ୍କ ପତ୍ନୀ ଓ କିଛି ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ତଳକୁ ଖସି ପଡ଼ିଥିଲେ। ତଳେ ପଥର ଥିବାରୁ କିଛି ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଏବେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କ୍ଷମତାଠାରୁ ଅଧିକ ଲୋକେ ବ୍ରିଜ ଉପରକୁ ଚଢ଼ିବା ହେତୁ ଏହି ଘଟଣା ଘଟିଥିବା କୁହାଯାଉଛି।

nis-ad
Leave A Reply

Your email address will not be published.