କୂଅରେ ପଡ଼ିଲା କଲରାପତରିଆ ବାଘ, ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ

ସମ୍ବଲପୁର: କୂଅରେ ପଡ଼ିଲା କଲରାପତରିଆ ବାଘ । ରେଢାଖୋଲ ବନଖଣ୍ଡ ଚାରମାଲ ରେଞ୍ଜ ସାନହିଣ୍ଡୋଲ ଘାଟି ନିକଟ ଖୋଲା କୂଅରେ କଲରାପତରିଆ ବାଘଟି ପଡ଼ିଯାଇଥିଲା । କୂଅରେ ପାଖାପାଖି ୬ଫୁଟ ପାଣି ଥିବା ବେଳେ ବାଘଟି ସେଥିରେ ଫସିରହିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ବନ ବିଭାଗ କର୍ମଚାରୀ ପହଞ୍ଚି କୂଅ ଭିତରେ ସିଢି ପକାଇ ବାଘଟିକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ବାଘଟି ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଉଥିବାର ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.