ଭଦ୍ରକ: ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବତୀ । କିନ୍ତୁ ପଠାରେ ପଡିଗଲେ, ବଞ୍ଚିଗଲା ଜୀବନ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ, ଭଦ୍ରକ ସହର ବାଇପାସ୍ ନିକଟ ରାଜଘାଟ ବ୍ରିଜରୁ ଡେଇଁ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଯୁବତୀ ଜଣଙ୍କ ଦୁଇ ବ୍ରିଜ୍ ମଝିରେ ଡେଇଁ ପଡିଥିବା ବେଳେ ନଦୀ ପଠାରେ ପଡିଯାଇଥିଲେ ।
ସ୍ଥାନୀୟ ଲୋକେ ଯୁବତୀଙ୍କୁ ଦେଖି ଉଦ୍ଧାର କରିଥିଲେ । ଯୁବତୀ ଜଣଙ୍କ ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ ପରିଚୟ ମିଳିପାରି ନାହିଁ ।