ତୁର୍କୀ ସରକାର ନିଜ ଦେଶର ନାଁକୁ ବଦଳାଇ ତୁର୍କିଏ ରଖିଲେ

ଅଙ୍କାରା : ତୁର୍କୀ ସରକାର ନିଜ ଦେଶର ନାଁକୁ ବଦଳାଇ ତୁର୍କିଏ କରିଛନ୍ତି । ମିଳିତ ଜାତିସଂଘ ପକ୍ଷରୁ ତୁର୍କୀର ନୂଆ ନାଁକୁ ମଂଜୁର କରାଯାଇଛି । ଏହା ସହିତ ଆଉ କେତେକ ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ ଏହାକୁ ମଂଜୁର କରିଛନ୍ତି । ତୁର୍କୀର ଜନସାଧାରଣ ନିଜ ଦେଶକୁ ତୁର୍କିଏ ଡାକୁଥିଲେ ବି ଅନ୍ତର୍ଜାତୀୟ ସ୍ତରରେ ଏହା କୁର୍କୀ ଭାବେ ପରିଚିତ ଥିଲା । କିନ୍ତୁ ନାମ ପରିବର୍ତ୍ତନ ପାଇଁ ତୁର୍କୀ ସରକାର ଗତ ବର୍ଷଠାରୁ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ । ଏହି ନୂଆ ନାଁ ତାଙ୍କ ଦେଶର ସଂସ୍କୃତି ଓ ମୂଲ୍ୟବୋଧକୁ ଭଲଭାବରେ ପରିପ୍ରକାଶ କରୁଛି ବୋଲି ରାଷ୍ଟ୍ରପତି ରେକେପ ଟୟିବ ଏରଡୋଗାନ କହିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ତୁର୍କୀ ନିଜର ନାଁ ବଦଳାଇଲା ?ଏହି ନାମ ପରିବର୍ତ୍ତନ ପଛରେ କେତେକ ରୋଚକ କଥା ରହିଛି । ତୁର୍କୀର ରାଷ୍ଟ୍ରୀୟ ଗଣମାଧ୍ୟମ ଟିଆରଟି ପକ୍ଷରୁ ଗତ ବର୍ଷ ପ୍ରକାଶିତ ଏକ ରିପୋର୍ଟରେ ତୁର୍କୀର ନାଁ ପରିବର୍ତ୍ତନ ପଛରେ କେତେକ କାରଣ ଦର୍ଶାଯାଇଥିଲା । ତୁର୍କୀ ନାମକୁ ଅଧିକାଂଶ ତୁର୍କୀବାସୀ ଅପମାନଜନକ ବୋଲି ଭାବନ୍ତି । କାରଣ ତୁର୍କୀ ନାମକ ପକ୍ଷୀକୁ ଉତ୍ତରଆମେରିକାରେ ପାଳନ କରାଯାଏ । ଖ୍ରୀଷ୍ଟମାସ ଉତ୍ସବବେଳେ ଏହି ପକ୍ଷୀକୁ ମାରି ଖିଆଯାଏ । ସେହିପରି ଅକ୍ସଫୋର୍ଡ ଡିକ୍ସନାରୀ ଅନୁସାରେ ତୁର୍କୀ ଶବ୍ଦର ଅର୍ଥ ହେଉଛି ନିର୍ବୋଧ ବା ବୋକା । ଏଣୁ ତୁର୍କୀବାସୀ ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେଉଥିଲେ ।

nis-ad
Leave A Reply

Your email address will not be published.