ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀଙ୍କ ରିମାଣ୍ଡ ଅବଧି ବଢ଼ିଲା

ନୂଆଦିଲ୍ଲୀ: ରବିବାର ପଟିଆଲା ହାଉସ୍‌ କୋର୍ଟ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀଙ୍କ ରିମାଣ୍ଡ ଅବଧି ଅଧିକ ୫ ଦିନକୁ ବୃଦ୍ଧି କରିଛନ୍ତି। ଏକ ମିଥ୍ୟା ଏନ୍‌କାଉଣ୍ଟର ମାମଲାରେ ପୁଲିସ ତାଙ୍କୁ ଗିରଫ କରିଥିବା ନେଇ ଲରେନ୍ସ ଆଣିଥିବା ଅଭିଯୋଗ ମାମଲାର ପ୍ରତ୍ୟାହାର ପରେ ଏହି ପଦକ୍ଷେପ ସାମ୍ନାକୁ ଆସିଛି। ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସୱାଲା ହତ୍ୟାକାଣ୍ଡରେ ଲରେନ୍ସଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରିଛି। ଦିଲ୍ଲୀର ସ୍ପେସିଆଲ ସେଲ ପୁଲିସ ଲରେନ୍ସଙ୍କୁ ଜେରା କରିବା ଆବଶ୍ୟକତା ଥିବା କୋର୍ଟଙ୍କୁ ଅବଗତ କରିଛନ୍ତି। କାରଣ ଲରେନ୍ସଙ୍କ ଟିମ୍‌ ଏହି ହତ୍ୟାକାଣ୍ଡର ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରିଛି। ବିଭିନ୍ନ ଅପରାଧ ମାମଲାରେ ଲରେନ୍ସ ଏବେ ତିହାର ଜେଲରେ ରହୁଛି। କାନାଡାରେ ରହୁଥିବା ଗୋଲ୍ଡୀ ବ୍ରାର ପ୍ରଥମେ ମୁସେୱାଲାଙ୍କ ହତ୍ୟା ପଛରେ ତା’ର ହାତ ଥିବା କଥା ସ୍ୱୀକାର କରିଥିଲା। ଏହାପରେ ହିଁ ପୁଲିସ୍‌ ତିହାର ଜେଲରେ ଥିବା ବିଷ୍ଣୋଇକୁ ସନ୍ଦେହ ଘେରକୁ ଆଣିଥିଲା। ବ୍ରାର ହେଉଛି ବିଷ୍ଣୋଇର ଅତ୍ୟନ୍ତ ଘନିଷ୍ଠ। ତେଣୁ ତିହାର ଜେଲରୁ ହିଁ ମୁସେୱାଲାଙ୍କୁ ମାରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ପୁଲିସ୍ ସନ୍ଦେହ କରିଛି।
ସୂଚନାଯୋଗ୍ୟ, ଗତ ରବିବାର ସନ୍ଧ୍ୟାରେ ମୁସେୱାଲା ଗାଡ଼ିରେ ଯାଉଥିବା ବେଳେ ତାଙ୍କ ଉପରେ ଆଖି ବୁଜା ଗୁଳି ମାଡ଼ ହୋଇଥିଲା। ମାତ୍ର ୨ ମିନିଟରୁ କମ ସମୟ ମଧ୍ୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୩୦ରୁ ଅଧିକ ରାଛଣ୍ଡ ଗୁଳି ମାଡ଼ କରିଥିଲେ। ଅତ୍ୟାଧୁନିକୁ ବନ୍ଧୁକ ସାହାଯ୍ୟରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ତାଙ୍କ ଦେହରୁ ୨୪ଟି ଗୁଳି ବାହାରିଥିବା ବେଳେ ତାଙ୍କ ମୁଣ୍ଡ ହାଡରେ ମଧ୍ୟ ଗୋଟିଏ ଗୁଳି ଲାଗିଥିଲା। ଘଟଣା ପରେ ମୁସେୱାଲାଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପଞ୍ଜାବ ପୁଲିସ ସୋମବାର ଏହି ମାମଲାରେ ୬ଜଣ ସନ୍ଦିଗ୍ଧକୁ ଉତ୍ତରାଖଣ୍ଡ ଡେରାଡୁନରୁ ଗିରଫ କରିଛି । ପଞ୍ଜାବ ଓ ଉତ୍ତରାଖଣ୍ଡ ପୁଲିସର ମିଳିତ ଟିମ ଡେରାଡୁନର ପୟା ଗାଓଁ ନିକଟରୁ ଏମାନଙ୍କୁ ହେପାଜତକୁ ନେଇଛି। ପଞ୍ଜାବ ପୁଲିସର ସୂଚନା ଅନୁସାରେ, ୬ଜଣ ହେଉଛନ୍ତି ତିହାର ଜେଲରେ ବନ୍ଦୀ ଥିବା ଲରେନ୍ସର ସହଯୋଗୀ।

nis-ad
Leave A Reply

Your email address will not be published.