ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ ଇଗ୍ନୋ ନାମଲେଖା

ଭୁବନେଶ୍ୱର: ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ର ସମସ୍ତ ବିଭାଗରେ ନାମଲେଖା ପ୍ରକ୍ରିୟା ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ । ୟୁଜି ଏବଂ ପିଜି ଡିପ୍ଲୋମା କାର୍ଯ୍ୟକ୍ରମରେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଓ ପୁନଃ ପଞ୍ଜୀକରଣ ଦେୟ ଛାଡ଼ କରାଯାଇଛି ।

ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଯଦି ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ, ସେମାନେ ଇଗ୍ନୋ ତରଫରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ । ଇଚ୍ଛୁକ ବିଦ୍ୟାର୍ଥୀ ଇଗ୍ନୋର ୱେବ୍‌ସାଇଟ୍‌କୁ ଯାଇ ଯୋଗାଯୋଗ କରିପାରିବେ । ଏହାଛଡ଼ା ୦୬୭୪- ୨୯୭୧୦୭୧ କିମ୍ବା ୦୬୭୪-୨୩୦୧୩୪୮ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଇଗ୍ନୋ ତରଫରୁ ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.