ଭୁବନେଶ୍ଵର: ପ୍ରକାଶ ପାଇଲା OJEE- ୨୦୨୨ ପାଇଁ ପରୀକ୍ଷା ସୂଚୀ। ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ସରିବ। ଜୁନ୍ ୨୭ ତାରିଖରୁ OJEE ୱେବସାଇଟ୍ରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିହେବ।
ତେବେ ସକାଳ ୯ଟାରୁ ପ୍ରତିଦିନ ୩ଟି ସିପ୍ଟରେ ପରୀକ୍ଷା ହେବ। ଜୁଲାଇ ୪ରେ ୩ଟି ଯାକ ସିପ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ।
୫ ତାରିଖରେ ୧ମ ଓ ୨ୟ ସିପ୍ଟରେ ଏମସିଏ/ଏମଏସସି ପରୀକ୍ଷା ହେବ। ସେହିପରି ୩ୟ ସିପ୍ଟରେ M. Tech, M. Arch, M. Plan, M. Pharm, B.CAT ପରୀକ୍ଷା ହେବ। ୬ ତାରିଖ ଦିନ ପ୍ରଥମ ଓ ଦ୍ଵିତୀୟ ସିପ୍ଟରେ ଏମବିଏ, ୩ୟ ସିପ୍ଟରେ ଇଣ୍ଟିଗ୍ରେଟେଡ୍ ଏମବିଏ, LE Pharm, LE Tech (B.Sc.), B.CAT ପରୀକ୍ଷା ହେବ। ୮ ତାରିଖରେ କେବଳ ୧ମ ଓ ୨ୟ ସିପ୍ଟରେ ବି ଫାର୍ମା ପ୍ରବେଶିକା ପରୀକ୍ଷା ହେବ।