ନୂଆଦିଲ୍ଲୀ ୦୧/୦୬ : କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବହୁତ ଶୀଘ୍ର ଆଇନ ଅଣାଯିବ। ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀଙ୍କୁ ଜନ ସଂଖ୍ୟା ନିୟନ୍ତ୍ରଣ ଆଇନ ବିଷୟରେ ପଚାରିବାରୁ ସେ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ‘’ବହୁତ ଶୀଘ୍ର ଏହାକୁ ଅଣାଯିବ ଚିନ୍ତା କରନ୍ତୁ ନାହିଁ। ଯେତେବେଳେ ଏପରି ମଜବୁତ ଓ ବଡ଼ ନିଷ୍ପତ୍ତି ନିଆଯାଇଛି ତାହେଲେ ବାକି ନିଷ୍ପତ୍ତି ମଧ୍ୟ ନିଆଯିବ’’। ସୂଚନାଥାଉକି, ସେ ବଡ଼ୌଦାରେ ଗରିବ କଲ୍ୟାଣ ସମ୍ମିଳନୀରେ ଯୋଗଦେବା ପାଇଁ ରାୟପୁରରେ ପହଞ୍ଚିଥିଲେ।
ପଟେଲଙ୍କର ଏପରି ଦାବୀ ଆଗ୍ରହପୂର୍ଣ୍ଣ ରହିଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ନିକଟ ଅତୀତରେ ସଂସଦରେ କହିଥିଲେ ସରକାର ଜନ ସଂଖ୍ୟା ନିୟନ୍ତ୍ରଣ କରିବାପାଇଁ ସଚେତନତା ମୂଳକ କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଅଭିଯାନ ସଫଳ ଭାବେ ସମାପ୍ତ କରିଛନ୍ତି। ଆଇନର କିଛି ଆବଶ୍ୟକତା ନାହିଁ।
ମାଣ୍ଡବ୍ୟ ପରିସଂଖ୍ୟାନ ଆଧାରରେ କହିଛନ୍ତି ଏହା ଦର୍ଶାଉଛିଯେ ସରକାରଙ୍କ ଜନସଂଖ୍ୟା ନିୟନ୍ତ୍ରଣ ନୀତିଗୁଡ଼ିକ ବିନା କୌଣସି ଚାପରେ କରାଯାଇଛି। ଏହାକୁ ବାଧ୍ୟତାମୂଳକ କରି ସଚେତନତା ମାଧ୍ୟମରେ କରାଯାଉଛି। ବିରୋଧି ଦଳର ଅନେକ ସାଂସଦମାନେ ଏହି ବିଧେୟକକୁ ବିରୋଧ କରିଥିଲେ।
କିନ୍ତୁ ବିଭିନ୍ନ ସମୟରେ ସାଂସଦମାନଙ୍କ ସହିତ ବିଜେପି ନେତାମାନେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଏକ ଆଇନ ଆଣିବା ପାଇଁ ଜୋର ଦେଉଥିଲେ। ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଉପରେ ସଂସଦରେ ବହୁତ ତର୍କ ମଧ୍ୟ ହୋଇଥିଲା।