କଲେଜ କ୍ୟାମ୍ପସ ଭିତରେ ନମାଜ ପଢ଼ିବାରୁ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: କଲେଜ କ୍ୟାମ୍ପସ ଭିତରେ ନମାଜ ପଢ଼ିବା ପ୍ରଫେସରଙ୍କୁ ପଡିଲା ମହଙ୍ଗା। ତାଙ୍କୁ କଡା ବିରୋଧର ସାମ୍ନାକୁ କରିବାକୁ ପଡିଛି। ଏଥିସହ ପ୍ରଶାସନ ପକ୍ଷରୁ ତାଙ୍କୁ ମିଳିଛି କଡା ଦଣ୍ଡ। ଉତ୍ତରପ୍ରଦେଶ ଅଲିଗଡର ଏକ କଲେଜ ପରିସରରେ ଜଣେ ପ୍ରଫେସର ନମାଜ ପଢ଼ିବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଲିଗଡରେ ଥିବା ବାଷ୍ଣୁୟ କଲେଜରେ ଘଟିଛି ଏହି ଘଟଣା। ଏଠାରେ ପ୍ରଫେସର ଥିବା ଏସ୍ ଆର ଖଲିଦ କଲେଜ ପରିସରରେ ନମାଜ ପଢୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠିଥିଲା। ପରେ ପ୍ରଶାସନ ସଂପୃକ୍ତ ପ୍ରଫେସରଙ୍କୁ ବାଧ୍ୟତାମୂଳକ ଭାବେ ଗୋଟିଏ ମାସ ଛୁଟିରେ ପଠାଇ ଦେଇଛି। ଏହାସହ ପ୍ରଫେସରଙ୍କୁ ଆହୁରି କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି।
ସେପଟେ କଲେଜର ପ୍ରବକ୍ତା କହିଛନ୍ତି, ଉକ୍ତ ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ଜନତା ଯୁବା ମୋର୍ଚ୍ଚାର କିଛି କାର୍ଯ୍ୟକର୍ତ୍ତା ଉକ୍ତ ପ୍ରଫେସରଙ୍କ ବିରୋଧରେ ଅନୁଶାସନହୀନତା ଏବଂ ସର୍ବସାଧାରଣ ସ୍ଥାନରେ ନାମାଜ ପଢ଼ି ପରିବେଶକୁ ବିଗାଡିବା ଅଭିଯୋଗ କରିଛନ୍ତି। ଏହାସହ ଏହି ମାମଲାକୁ ନେଇ ସ୍ଥାନୀୟ ଥାନାରେ ବି ଏକ ମାମଲା ରୁଜୁ କରାଯାଇଛି। ପୁଲିସ କହିଛି, କଲେଜ ପ୍ରଶାସନର ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

nis-ad
Leave A Reply

Your email address will not be published.