ଭୁବନେଶ୍ୱର: କରୋନା ମହାମାରୀର ଆତଙ୍କ ସରିନଥିବା ବେଳେ ମଙ୍କିପକ୍ସ ନେଇ ସାରା ବିଶ୍ୱରେ ଆତଙ୍କ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୩୦ଟି ଦେଶକୁ ବ୍ୟାପିସାରିଲାଣି ମଙ୍କିପକ୍ସ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ ନିରଞ୍ଜନ ମିଶ୍ର ।
ସେ କହିଛନ୍ତି ଯେ, ମଙ୍କି ପକ୍ସକୁ ରାଜ୍ୟ ସରକାର ଆଲର୍ଟ ରହିଛନ୍ତି । ଜୁନ ୨ ତାରିଖରେ ସମସ୍ତ ସିଡିଏମଓ, ବିଭିନ୍ନ ହସ୍ପିଟାଲ ନିର୍ଦ୍ଦେଶକ ଏବଂ ଡାକ୍ତରଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏହି ବୈଠକରେ ମକ୍ସିପକ୍ସ ନେଇ ଆଲୋଚନା କରାଯିବ ।
ଯେଉଁମାନେ ବାହାରୁ ଓଡିଶାକୁ ଆସୁଛନ୍ତି ସେମାନଙ୍କ ଉପରେ କଡା ନଜର ରଖାଯିବ । ଶେଷ ୨୧ ଦିନ ଭିତରେ ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କ ଉପରେ ବିଶେଷ ନଜର ରଖାଯାଉଛି । ଖାସ କରି ଆଫ୍ରିକା ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି ।