ପୁରୀ: ଶ୍ରୀମନ୍ଦିର ନିକଟସ୍ଥ ବାଲିସାହିଠାରେ ଗଙ୍ଗାମାତା ମଠରେ ରହିଛି ଗୁପ୍ତ ସୁଡ଼ଙ୍ଗ । କୁହାଯାଉଛି, ଏହି ସୁଡଙ୍ଗରେ ରହିଛି ଅନେକ ଇତିହାସ । ସୁଡଙ୍ଗ ତଳେ ଏକ ଗୁପ୍ତ ପ୍ରକୋଷ୍ଠ ରହିଛି । ଏହି ପ୍ରକୋଷ୍ଠକୁ ବର୍ତ୍ତମାନ ସୁଦ୍ଧା ଖୋଲାଯାଇ ପାରିନାହିଁ କି କେହି ପ୍ରବେଶ ବି କରିପାରି ନାହାନ୍ତି । ଏହି ମଠରେ ବର୍ଷସାରା ଭକ୍ତଙ୍କ ଭିଡ଼ ଲାଗିଥାଏ ।
ଏବେ ଏହି ମଠ ଭିତରେ ଥିବା ଏକ ସୁଡ଼ଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ବର୍ଷ ଏହାର ସନ୍ଧାନ ମିଳିଥିଲେ ମଧ୍ୟ ଏହା ଲୁକ୍କାୟିତ ଅବସ୍ଥାରେ ରହିଯାଇଥିଲା । ଏବେ ଏହି ସୁଡ଼ଙ୍ଗକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛିଯେ,ଏହି ସୁଡ଼ଙ୍ଗ ଶ୍ରୀମନ୍ଦିର ଯାଏଁ ଲମ୍ବିଛି । ତେବେ ଅନୁସନ୍ଧାନ ହେଲେ ପ୍ରକୃତ ତଥ୍ୟ ପଦାକୁ ।